Breaking PLUSଓଡ଼ିଶାମୁଖ୍ୟ ଖବର

ବାଲିଯାତ୍ରାରେ ଖାଦ୍ୟ ଷ୍ଟଲ ଉପରେ ଚଢାଉ

କଟକ: କଟକ ବାଲିଯାତ୍ରା ପଡ଼ିଆରେ କଟକ ମହାନଗର ନିଗମର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭିନ୍ନ ଖାଦ୍ୟ ଷ୍ଟଲ୍ ମାନଙ୍କରେ ଚଢାଉ କରାଯାଇଛି। ବିଶେଷ କରି ବାସୀ ଖାଦ୍ୟ ,ରାସାୟନିକ ରଙ୍ଗ, ଅସ୍ୱାସ୍ଥ୍ୟକର ପରିବେଶ ଓ ନିମ୍ନ ମାନର ତେଲ କୁ ଯାଞ୍ଚ କରାଯାଇଛି। ଖିଲାପ କରିଥିବା ଦୋକାନ ଗୁଡ଼ିକୁ ଫାଇନ ଆଦାୟ କରିବା ସହ ପୁନର୍ବାର ଏପରି ନକରିବା ପାଇଁ ଚେତାବନୀ ଦିଆଯାଇଛି। ଏହା ସହ ବାସି ଖାଦ୍ୟକୁ ଜବତ୍ କରିବା ସହ ନଷ୍ଟ ମଧ୍ୟ ମଧ୍ୟ କରାଯାଇଛି। ପ୍ରତିଦିନ ଏଭଳି ଚଢାଉ ପ୍ରକ୍ରିୟା ଜାରି ରହିବା ନେଇ  ସୂଚନା ଦେଇଛନ୍ତି ସି ଏମ୍ ସି ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର।

Show More

Related Articles

Back to top button