Breaking PLUSଓଡ଼ିଶାମୁଖ୍ୟ ଖବର

ବାଙ୍କି ଦୁର୍ଘଟଣାରେ ମୃତକଙ୍କ ପରିବାରକୁ 5ଲକ୍ଷ ସହାୟତା ଘୋଷଣା

କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଅଂଶୁପା ନିକଟରେ ପିକଅପ ଭ୍ୟାନ ଓଲଟି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିବା ଏବଂ ଅନ୍ୟ ୨୫ ଛାତ୍ର ଆହତ ହେବା ଘଟଣାରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିନା ଅନୁମତିରେ ମାଳବିହାରପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ପିଲାମାନଙ୍କୁ ସରଣ୍ଡାସ୍ଥିତ ପରେଡ ପଡ଼ିଆକୁ ପିକଅପ ଭ୍ୟାନରେ ନେଇଥିବାରୁ ତାଙ୍କୁ ନିଲମ୍ବନ କରାଯାଇଛି। ଅନ୍ୟପଟେ ଏହି ଘଟଣାରେ ପ୍ରାଣ ହରାଇଥିବା ଛାତ୍ର ସୌମ୍ୟରଞ୍ଜନ ବେହେରାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଛାତ୍ରଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବା ନେଇ ରବିବାର ଘୋଷଣା କରିଛନ୍ତି। ସେହିପରି ଗଣଶିକ୍ଷା ବିଭାଗ ପକ୍ଷରୁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି। ଏହା ସହିତ ଆହତମାନଙ୍କ ପରିବାରକୁ ୩୦ ହଜାର ଟଙ୍କା ଲେଖାଏ ସହାୟତା ଦିଆଯିବା ନେଇ ମଧ୍ୟ ଘୋଷଣା ହୋଇଛି।

Show More

Related Articles

Back to top button