ଆସନ୍ତା ଡିସେମ୍ବର ୧୨ରେ ଅନୁଷ୍ଠିତ ହେବ ରାଜ୍ୟର ସମସ୍ତ ବାର ଆସୋସିଏସନ ନିର୍ବାଚନ
ରାଜ୍ୟର ସମସ୍ତ ବାର ଆସୋସିଏସନ ନିର୍ବାଚନ ଆସନ୍ତା ଡିସେମ୍ବର ୧୨ ତାରିଖରେ ଅନୁଷ୍ଠିତ ହେବ। ଏ ନେଇ ଗତକାଲି ରାଜ୍ୟ ବାର କାଉନସିଲ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏହି ନିର୍ବାଚନ ପାଇଁ ଆସନ୍ତା ନଭେମ୍ବର ମାସ ୨୪ ଓ ୨୫ ତାରିଖରେ ନାମାଙ୍କନ ପତ୍ର ଦାଖଲ କରାଯିବାକୁ ଥିବାବେଳେ ୨୬ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯାଇ୨୭ ତାରିଖରେ ତାଲିକା ପ୍ରକାଶ କରାଯିବ
ରାଜ୍ୟର ସମସ୍ତ ବାର ଆସୋସିଏସନ ନିର୍ବାଚନ ଆସନ୍ତା ଡିସେମ୍ବର ୧୨ ତାରିଖରେ ଅନୁଷ୍ଠିତ ହେବ। ଏ ନେଇ ଗତକାଲି ରାଜ୍ୟ ବାର କାଉନସିଲ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏହି ନିର୍ବାଚନ ପାଇଁ ଆସନ୍ତା ନଭେମ୍ବର ମାସ ୨୪ ଓ ୨୫ ତାରିଖରେ ନାମାଙ୍କନ ପତ୍ର ଦାଖଲ କରାଯିବାକୁ ଥିବାବେଳେ ୨୬ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯାଇ୨୭ ତାରିଖରେ ତାଲିକା ପ୍ରକାଶ କରାଯିବ । ପୁନଶ୍ଚ ନଭେମ୍ବର ୨୮ ତାରିଖ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ଉକ୍ତ ଦିନ ଅପରାହ୍ନ ୪ ଟା ସମୟରେ ଚୁଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି । ତେବେ ଡିସେମ୍ବର ୧୨ ତାରିଖ ଦିନ ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସଦସ୍ୟମାନେ ମତଦାନ କରିବେ । ମତଦାନ ପରେ ସଂଧ୍ୟା ୫ଘଟିକାରୁ ଭୋଟ ଗଣତି କାର୍ଯ୍ୟ ଆରମ୍ଭ ହେବ ବୋଲି ରାଜ୍ୟ ବାର ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଯୋଗ୍ୟ ଯେ, ଗତ ମାର୍ଚ୍ଚର ଶେଷ ଶନିବାର ରାଜ୍ୟରେ ସମସ୍ତ ବାର୍ର ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ମାତ୍ର ମହାମାରୀ କରୋନା କଟକଣା ଲାଗୁ ହୋଇଯିବାରୁ ଏହି ନିର୍ବାଚନକୁ ବାତିଲ୍ କରି ଦିଆଯାଇଥିଲା ।