Breaking PLUSଓଡ଼ିଶାମୁଖ୍ୟ ଖବର

ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ

ଭବାନୀପାଟଣା : ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ । ଆଜି ଭୋରରେ ଏକ ବରଯାତ୍ରୀ ଗାଡି ଭାରସାମ୍ୟ ହରାଇ ୨୬ ନମ୍ୱର୍ ଜାତୀୟ ରାଜପଥର ଚିଲିଗୁଡା ଗାଁ ନିକଟରେ ଓଲଟି ପଡ଼ିଛି। ଘଟଣାସ୍ଥଳରେ ଗାଡି ଚାଳକ ଭଜନ କରଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୃତକ ଜଣକ ଜୁନାଗଡ଼ ଥାନା ବରଗାଁର ଭଜନ କର ବୋଲି ଜଣାପଡିଛି।

Show More

Related Articles

Back to top button