Breaking PLUSଆଇନ କାନୁନମୁଖ୍ୟ ଖବରସେଲିବ୍ରିଟି
ଅନୁଭବଙ୍କୁ ବଡ ଝଟକା, ଅନୁଭବଙ୍କ ଘରେ ରହିବେ ବର୍ଷା ପ୍ରିୟଦର୍ଶିନୀ

କଟକ : ସାଂସଦ ଅନୁଭବ ମହାନ୍ତିଙ୍କୁ ଲାଗିଛି ବଡ଼ ଝଟ୍କା। ଆଜି କଟକ ଜିଲ୍ଲା ଜଜ୍ ଏହି ନିର୍ଦ୍ଦେଶ ଦେଇଛନ୍ତି। ଯେ, ଅନୁଭବଙ୍କ ଘରେ ରହିବେ ବର୍ଷା ପ୍ରିୟଦର୍ଶିନୀ । ଅନୁଭବଙ୍କ ଘର ଛାଡ଼ି ଅନ୍ୟତ୍ର ରହିବାକୁ SDJM ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଘରଭଡ଼ା ବାବଦରେ ଅନୁଭବ ମାସିକ ୩୦ ହଜାର ଟଙ୍କା ଦେବାକୁ ମଧ୍ୟ ନିର୍ଦ୍ଦେଶ ଥିଲା। କିନ୍ତୁ SDJMଙ୍କ ନିର୍ଦ୍ଦେଶ ଉପରେ କଟକ ଜିଲ୍ଲା ଜଜ୍ ଅନ୍ତରୀଣ ରୋକ ଲଗାଇଛନ୍ତି। ଜୁଲାଇ ୪ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ହେଲେ ସେପର୍ଯ୍ୟନ୍ତ ଅନୁଭବଙ୍କ ଘରେ ରହିବେ ବର୍ଷା ।