Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ବାଟଲା ହାଉସ ଅଭିଯୁକ୍ତର ଫାଶୀ ଦଣ୍ଡାଦେଶକୁ ଆଜୀବନରେ ପରିଣତ କଲେ କୋର୍ଟ

ନୂଆଦିଲ୍ଲୀ-ବାଟଲା ହାଉସ ଏନକାଉଣ୍ଟର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ଆରିଜ ଖାନଙ୍କ ଫାଶୀ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିଣତ କଲେ କୋର୍ଟ । ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ୍ ସିଦ୍ଧାର୍ଥ ମ୍ରିଦୁଲଙ୍କ ନେତୃତ୍ୱରେ ଏକ ବେଞ୍ଚ ବାଟଲା ହାଉସ ଏନକାଉଣ୍ଟର ମାମଲାରେ ଦୋଷୀ ସାବ୍ୟସ୍ତ ଆରିଜ ଖାନଙ୍କୁ ଟ୍ରାଏଲ କୋର୍ଟ ଦେଇଥିବା ମୃତ୍ୟୁ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିଛନ୍ତି । ଟ୍ରାଏଲ କୋର୍ଟ କାହାକୁ ମୃତ୍ୟୁଦଣ୍ଡ ଦେବାକୁ ନିଷ୍ପତ୍ତି ନେବା ପରେ, ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ ଏହି ଦଣ୍ଡାଦେଶରେ ମୋହର ମାରିବାର ବ୍ୟବସ୍ଥା ରହିଛି । ଏହି ଶୁଣାଣି ସମୟରେ କୋର୍ଟ ଆରିଜ ଖାନଙ୍କ ଦଣ୍ଡକୁ ହ୍ରାସ କରିଛନ୍ତି। ମୃତ୍ୟୁ ଦଣ୍ଡାଦେଶ ବିରୁଦ୍ଧରେ ଆରିଜ ଖାନ ହାଇକୋର୍ଟରେ ଦାୟର କରିଥିବା ପିଟିସନକୁ ଦିଲ୍ଲା ହାଇକୋର୍ଟ ମଞ୍ଜୁରୀ ପ୍ରଦାନ କରିବା ସହ ଦୋଷୀ ସାବ୍ୟସ୍ତକୁ କାଏମ ରଖିଥିଲେ ।

Show More

Related Articles

Back to top button