ଓଡ଼ିଶାଖେଳମୁଖ୍ୟ ଖବର

ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଭାରତୀୟ ଟିମ୍ ଘୋଷଣା କଲେ ବିବିସିଆଇ, ଟିମରେ ସ୍ଥାନ ପାଇଲେ ଯଶପ୍ରୀତ୍ ବୁମ୍ରା

ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍-୨୦୨୨ ପାଇଁ ସୋମବାର ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ। ଏହି ଟିମ୍‌ରେ ଷ୍ଟାର ବୋଲର ଯଶପ୍ରୀତ୍ ବୁମ୍ରା ସ୍ଥାନ ପାଇଛନ୍ତି। ସେହିପରି ହର୍ଷଲ ପଟେଲ ମଧ୍ୟ ଟିମ୍‌କୁ ଫେରିଛନ୍ତି। ତେବେ ଆଣ୍ଠୁରେ ଅପରେସନ୍ ହୋଇଥିବା କାରଣରୁ ଅଲ୍‌ ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଟିମ୍‌ରୁ ବାଦ୍ ପଡ଼ିଛନ୍ତି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଗଠିତ ଏହି ଟିମ୍‌ରେ ଅନ୍ୟମାନଙ୍କ ମଧ୍ୟରେ କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ଼ା, ଋଷଭ ପନ୍ତ (ୱିକେଟ୍ କିପର), ଦୀନେଶ କାର୍ତ୍ତିକ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନ, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର ଓ ଅର୍ଶଦୀପ ସିଂହ ଅଛନ୍ତି। ସେହିପରି ୪ ଜଣ ଖେଳାଳିଙ୍କୁ ଷ୍ଟାଣ୍ଡବାଏରେ ରଖାଯାଇଛି। ସେମାନେ ହେଉଛନ୍ତି- ମହମ୍ମଦ ଶାମି, ଶ୍ରେୟଶ ଆୟର, ରବି ବିଷ୍ଣୋଇ ଓ ଦୀପକ ଚହର। ଆସନ୍ତା ଅକ୍ଟୋବର ୧୬ ତାରିଖରୁ ଅଷ୍ଟ୍ରେଲିଆରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଆରମ୍ଭ ହେବାକୁ ଥିବା ବେଳେ ଭାରତ ତା’ର ଅଭିଯାନ ଆରମ୍ଭ କରିବ ଅକ୍ଟୋବର ୨୩ ତାରିଖରେ। ଭାରତ ପ୍ରଥମ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ (ଏମ୍‌ସିଜି)ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଖେଳିବ। ଟି-ଟ୍ୱେଣ୍ଟି ବିଶ୍ୱକପ୍ ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ମୋଟ ୧୬ଟି ଦେଶ ଏଥିରେ ଭାଗ ନେବେ। ଭାରତ ଗ୍ରୁପ୍‌ ୨ରେ ଥିବା ବେଳେ ଏଥିରେ ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ପ୍ରମୁଖ ଅଛନ୍ତି।

 

Show More

Related Articles

Back to top button