ବାଣିଜ୍ୟ

ସୁନା କିଣୁଥିଲେ ସାବଧାନ!

ପଡ଼ିପାରନ୍ତି ଠକେଇରେ, ଶୁଦ୍ଧତାକୁ ନେଇ ଏମିତି ହୁଅନ୍ତୁ ନିଶ୍ଚିତ

ଆଜିକା ଦିନରେ ସୁନା ନିବେଶର ମାଧ୍ୟମ ପାଲଟିଛି। ତେବେ ଭାରତୀୟ ସଂସ୍କୃତିରେ ସୁନା ମହିଳାଙ୍କ ଶୃଙ୍ଗାର ସାମଗ୍ରୀ। ଏଣୁ ମହିଳା ହିଁ ସ୍ୱର୍ଣ୍ଣ ଆଭୂଷଣ ଲାଗି ପ୍ରାୟତଃ ଲାଳାୟିତ ଥାନ୍ତି। ଦିନକୁ ଦିନ ବଜାରରେ ସୁନା ଦର ମହଙ୍ଗା ହୋଇଚାଲିଛି। ଏଥିରେ ଲୋକେ ସୁନା କିଣିବା ଲାଳସାରେ ଅନେକବାର ଠକେଇରେ ମଧ୍ୟ ପଡିଛନ୍ତି। ଯଦି ଆପଣ ସୁନାଗହଣା କିଣୁଥାନ୍ତି ତେବେ ପ୍ରଥମେ ନିଜ ଆଡୁ ଏହାର ଶୁଦ୍ଧତା ନେଇ ନିଶ୍ଚିତ ହେବା ପରେ ନିବେଶ କରନ୍ତୁ। ନଚେତ ନକଲି କିଣି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ହଲମାର୍କ ସୁନା ହିଁ କିଣନ୍ତୁ
ଲୋକଙ୍କ ସୁନା ଚାହିଦାକୁ ଦେଖି ସରକାର ନିଜ ଆଡୁ ଏହାର ଶୁଦ୍ଧତା ସୁନିଶ୍ଚିତ କରିବାକୁ ପଦକ୍ଷେପ ନେଇଛନ୍ତି। ଏଣୁ ଭାରତୀୟ ମାନକ ବ୍ୟୁରୋ(ବିଆଇଏସ) ସ୍ୱର୍ଣ୍ଣ ଆଭୂଷଣକୁ ହଲମାର୍କ ଚିହ୍ନିତ କରିଛନ୍ତି। ହାତ ଗଣତି ପ୍ରତିଷ୍ଠିତ ଦୋକାନମାନେ ହିଁ ହଲମାର୍କ ସୁନା କାରବାର କରୁଛନ୍ତି। ଏଣୁ ଆପଣ ଯେତେବେଳେ ବି ସୁନା କିଣିବାକୁ ମନ କରୁଛନ୍ତି ତେବେ ଏପରି ଦୋକାନ ବାଛନ୍ତୁ ଯେଉଁମାନେ ହଲମାର୍କ ସୁନାଗହଣା କାରବାର କରୁଛନ୍ତି। ହଲମାର୍କ ଅର୍ଥାତ ବିଆଇଏସ୍ ଙ୍କ ଗ୍ୟାରେଣ୍ଟି। ଆପଣ ଯାହା ବି କିଣୁଛନ୍ତି ତାହା ଶୁଦ୍ଧ ସୁନା ହିଁ କିଣୁଛନ୍ତି ବୋଲି ନିଶ୍ଚିତ। ଏପରି ସ୍ୱର୍ଣ୍ଣଳଙ୍କାର କିଣି ପଛରେ ଆପଣଙ୍କୁ ପଶ୍ଚାତାପ କରିବାକୁ ପଡିନପାରେ।

ଘରେ ସ୍ୱର୍ଣ୍ଣଳଙ୍କାରର କାରବାର କରୁଥିଲେ
ସୁନା ପାଇଁ ମୋହ ଲୋକଙ୍କୁ ବିଭିନ୍ନ ପ୍ରକାର ବ୍ୟବସାୟରେ ଜଡ଼ିତ କରିଥାଏ। ଲୋକେ ସ୍ୱର୍ଣ୍ଣଳଙ୍କାର ବନ୍ଧକ ରଖି ହାତ ଉଧାରୀ ନେଇଥାନ୍ତି। ଏଥିରେ ଅନେକ ଲୋକେ ଠକେଇ ମଧ୍ୟ କରନ୍ତି। ନକଲୀ ଓ ଅସୁଦ୍ଧ ସୁନା ବନ୍ଧକ ରଖି ଟଙ୍କା ନେଇ ଛୁ କରନ୍ତି। ଏଥିରେ ଏପରି ସୁନା ଗହଣା ହାତଉଥିଲେ ଘରେ ପରୀକ୍ଷା କରି ରଖନ୍ତୁ। ସୁନା ଏକ ଧାତୁ ଏଣୁ ପାଣିରେ ବୁଡି ଯାଏ, ହେଲେ ନକଲି ସୁନା ଭାସେ। ସେହିପରି ଲୋକେ ସୁନା ଭଳି ଦେଖାଯାଉଥିବା ସାମଗ୍ରୀ ଦେଇ ମଧ୍ୟ ଲୁଟି ନିଅନ୍ତି। ଏଣୁ ଚୁମ୍ବକରେ ଲଗାଇ ଏହାର ମାନ ଜାଣି ନିଅନ୍ତୁ। ସୁନାକୁ ଚୁମ୍ବକ ଧରେ ନାହିଁ। ଏହା ଛଡା ସିର୍କା ପକାଇ ସୁନାର ଶୁଦ୍ଧତା ଜାଣିପାରିବେ। ଏଥିରେ ବିନ୍ଦୁଏ ସିରକା ଅଳଙ୍କାର ଉପରେ ପକାଇ କିଛି ସମୟ ଅପେକ୍ଷା କରନ୍ତୁ। ସିରକାର ରଙ୍ଗ ବଦଳୁଥିଲେ ଜାଣିବେ ନକଲି ଗହଣା।

Show More

Related Articles

Back to top button