ଓଡ଼ିଶାଖେଳଦେଶମୁଖ୍ୟ ଖବର

ଟି-୨୦ ବିଶ୍ୱକପ ସେମିଫାଇନାଲ ମ୍ୟାଚ୍ ପୂର୍ବରୁ ଭାରତକୁ ବଡ ଝଟ୍‌କା, ଆହାତ ହେଲେ ରୋହିତ ଶର୍ମା

ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ସେମିଫାଇନାଲ ମ୍ୟାଚ୍ ପୂର୍ବରୁ ଭାରତକୁ ଲାଗିଲା ବଡ ଝଟ୍‌କା। ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି। ପ୍ରାକ୍ଟିସ ମ୍ୟାଚ୍ ବେଳେ ରୋହିତ ଶର୍ମାଙ୍କ ଡାହାଣ ହାତରେ ଲାଗିଛି ଆଘାତ।

ଆହତ ହେବା ମାତ୍ରେ ରୋହିତ ତୁରନ୍ତ ନିଜ ଅଭ୍ୟାସ ମ୍ୟାଚ୍ ବନ୍ଦ କରିଦେଇଥିଲେ। ତାଙ୍କ ହାତରେ ବରଫ ପ୍ୟାକ୍ ଦିଆଯାଇଛି। ତେବେ ରୋହିତଙ୍କୁ ଲାଗିଥିବା ଆଘାତ କେତେ ଗୁରୁତର ସେ ନେଇ ବିସିସିଆଇ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

 

ଟି-୨୦ ସେମିଫାନାଲରେ ଭାରତ ଓ ଇଂଲଣ୍ଡ ମୁହାଁମୁହିଁ ହେବେ। ଦୁଇ ଟିମ୍ ମଧ୍ୟ ଏହି ନକ୍‌ଆଉଟ୍ ମ୍ୟାଚ୍ ଆସନ୍ତା ନଭେମ୍ବର ୧୦ ତାରିଖରେ ଆଡିଲେଡ୍‌ରେ ଖେଳାଯିବ। ଟି-୨୦ ବିଶ୍ୱକପ୍‌ରେ ୧୦ ବର୍ଷ ପରେ ଏହି ଦୁଇ ଦଳ ପ୍ରଥମ ଥର ପାଇଁ ମୁହାଁମୁହିଁ ହେବେ।

ସୂଚନାନୁସାରେ ରୋହିତଙ୍କ ଅଧିନାୟକତ୍ୱରେ ପ୍ରଥମ ଥର ପାଇଁ ଭାରତୀୟ ଦଳ ଟି -୨୦ ବିଶ୍ୱକପ ଖେଳୁଛି। ଗତ ବର୍ଷ ବିରାଟଙ୍କ ଅଧିନାୟକ ପଦ ଛାଡିବା ପରେ ରୋହିତ ଶର୍ମାଙ୍କୁ ଦଳର କ୍ୟାପଟେନ୍ ଦାୟିତ୍ୱ ଦିଆଯାଇଥିଲା। ରୋହିତଙ୍କ ଅଧିନାୟକତ୍ୱରେ ଦଳ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଛି। ସେ ସୁପର ୧୨ ପର୍ଯ୍ୟାୟରେ ୫ ରୁ ଚାରିଟି ବିଜୟ ହାସଲ କରି ନିଜ ଦଳରେ ଶୀର୍ଷରେ ରହିଥିଲେ। ଗ୍ରୁପ୍ ପର୍ଯ୍ୟାୟରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବ୍ୟତୀତ ଅନ୍ୟ ସମସ୍ତ ଦଳକୁ ପରାସ୍ତ କରିଥିଲା।

Show More

Related Articles

Back to top button