ଆଇନ କାନୁନଦେଶ ବିଦେଶମୁଖ୍ୟ ଖବରରାଜନୀତି

ଭୋଟିଂ ପୂର୍ବରୁ ବିଜେପି ରାଜ୍ୟ ସଭାପତି ସଞ୍ଜୟଙ୍କୁ ଉଠାଇ ନେଇଛି ପୁଲିସ

ହାଇଦ୍ରାବାଦ: ଆଜି ୬ଟି ରାଜ୍ୟର ୭ଟି ବିଧାନସଭାରେ ଉପନିର୍ବାଚନ ଚାଲିଛି। ଏଥିପାଇଁ ସକାଳ ୭ଟାରୁ ଜାରି ରହିଛି ଭୋଟିଂ। ତେଲେଙ୍ଗାନାର ମୁନୁଗୋଡେ ଆସନରେ ମଧ୍ୟ ଉପନିର୍ବାଚନ ହେଉଛି। ତେବେ ଏଠାରେ ଭୋଟିଂ ପୂର୍ବରୁ ଏଠାକାର ବିଜେପି ରାଜ୍ୟ ସଭାପତିଙ୍କୁ ଉଠାଇ ନେଇଛି ପୁଲିସ। ବିଜେପି ରାଜ୍ୟ ସଭାପତି ବନ୍ଦୀ ସଞ୍ଜୟଙ୍କୁ ଅବଦୁଲାପୁରମେଟ୍ ଥାନା ଅଞ୍ଚଳରେ ପୁଲିସ ଅଟକ ରଖିଛି। ଶାସକ ଟିଆରଏସ ଦଳର ମନ୍ତ୍ରୀ ତଥା ନେତାମାନେ ନିର୍ବାଚନ ନିୟମ ଉଲ୍ଲଂଘନ କରି ଲୋକଙ୍କୁ ଭୟଭୀତ କରୁଛନ୍ତି। ବାରମ୍ବାର ସୂଚନା ଦେବା ସତ୍ତ୍ୱେ ପୁଲିସ ଏ ସମ୍ପର୍କରେ କୌଣସି ପଦକ୍ଷେପ ନେଉନାହିଁ ବୋଲି ବନ୍ଦୀ ସଞ୍ଜୟ ଅଭିଯୋଗ କରିଛନ୍ତି। ଏହାକୁ ନେଇ ବିଜେପି ନେତାମାନେ ଏହା ବିରୋଧରେ ପ୍ରଦର୍ଶନ କରିଥିଲେ। ଏହାପରେ ସେମାନଙ୍କୁ ପୁଲିସ ଉଠାଇ ନେଇ ଅଟକ ରଖିଛି। ଏହି ସମୟରେ, ମୁନୁଗୋଡେରୁ ବିଜେପି ପ୍ରାର୍ଥୀ ରାଜାଗୋପାଲ ରେଡ୍ଡୀ ଶାସକ ଟିଆରଏସ ଦଳରକ୍ଷମତାର ଅପବ୍ୟବହାର କରିଥିବା ଅଭିଯୋଗ କରି ରିଟର୍ଣ୍ଣିଂ କ୍ୟାମ୍ପ ଅଫିସରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Show More

Related Articles

Back to top button