ଖୁବଶୀଘ୍ର ଓଡିଶାରେ ୫ଜି ସେବା ଆରମ୍ଭ ସହ ଆସିବ ବନ୍ଦେ ଭାରତ ଏକ୍ସପ୍ରେସ୍-କେନ୍ଦ୍ର ରେଳମନ୍ତ୍ରୀ
ଓଡିଶାବାସୀଙ୍କ ପାଇଁ ଖୁସିଖବର । ଖୁବଶୀଘ୍ର ଓଡିଶାରେ ୫ଜି ସେବା ଆରମ୍ଭ ସହ ଆସିବ ବନ୍ଦେ ଭାରତ ଏକ୍ସପ୍ରେସ୍ । ଆଜି ‘ଓଡ଼ିଶା ନିର୍ମାଣ କନକ୍ଲେଭ୍-୨୨’ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ସମୟରେ ,ଏଭଳି ଦୁଇଟି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ତଥା ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଓଡ଼ିଆମାନେ ନିଜ କାର୍ଯ୍ୟରେ ସବୁବେଳେ ଶ୍ରେଷ୍ଠ ପ୍ରଦର୍ଶନ କରିଥାନ୍ତି । ଆଲୁମିନିୟମ ଓ ଷ୍ଟିଲ କ୍ୟାପିଟାଲ ହୋଇପାରିବ ଓଡ଼ିଶା ଶକ୍ତି ଉତ୍ପାଦନରେ ଓଡ଼ିଶା ଯଥେଷ୍ଟ ଆଗରେ। ଦକ୍ଷ ମାନବ ସମ୍ବଳ ଓଡ଼ିଶାକୁ ଇଲେକଟ୍ରୋନିକ୍ସ କ୍ଷେତ୍ରରେ ମଧ୍ୟ ଏକ ନମ୍ବର କରିପାରିବ।
ସେହିପରି ଓଡ଼ିଶା ନିର୍ମାଣରେ ଟେକ୍ନୋଲୋଜିର ଭୂମିକାକୁ ମତ ରଖି ସୋ କହିଛନ୍ତି, ପ୍ରାକୃତିକ ସମ୍ପଦ ଓ ବିସ୍ତୀର୍ଣ୍ଣ ବେଳାଭୂମି ସହ ଓଡ଼ିଆ ଲୋକ ହିଁ ଓଡ଼ିଶାର ଶକ୍ତି । ୨୦୧୪ ପୂର୍ବରୁ ରେଲୱେର ବିକାଶ ପାଇଁ ଓଡ଼ିଶାକୁ ଆସୁଥିଲା ବାର୍ଷିକ ୮୩୮ କୋଟି ଟଙ୍କା । ମୋଦୀ ସରକାରରେ ଏହି ଅନୁଦାନ ୪ ଗୁଣାରୁ ଅଧିକ ବଢିଛି । ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାକୁ ୯୭୩୪ କୋଟି ଟଙ୍କା ରେଲୱେ ଅନୁଦାନ ମିଳିଛି । ଓଡ଼ିଶା ପାଇଁ ୫୫୨୧୯ କୋଟି ଟଙ୍କାର ରେଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି ।