Breaking PLUSଓଡ଼ିଶାମୁଖ୍ୟ ଖବର

ଭରତପୁର ବିବାଦ-ନିଲମ୍ବିତ ୫ ପୋଲିସଙ୍କ ଆଗୁଆ ଜାମିନ ପାଇଁ ଆବେଦନ

ଭୁବନେଶ୍ୱର- ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ସୋମବାର ଆଗୁଆ ଜାମିନ ଆବେଦନ କରିଛନ୍ତି ନିଲମ୍ବିତ ହୋଇଥିବା ୫ ପୁଲିସ କର୍ମୀ। ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ନିଲମ୍ବିତ ୫ ପୁଲିସ କର୍ମୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି।

ଅପରପକ୍ଷେ, ମାମଲାରେ ଆଜି ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଭୁବନେଶ୍ୱର ସର୍କିଟ ହାଉସରେ ସୋମବାର ପ୍ରଥମ ବୈଠକ ବସିଥିଲା। ହାଇକୋର୍ଟର ପୂର୍ବତନ ବିଚାରପତି ତଥା ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ପୁଲିସ ଡିଜି, ଗୃହ ବିଭାଗ ଏସିଏସ୍‌‌, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଉପସ୍ଥିତ ରହିଥିଲେ। ଘଟଣାକୁ ନେଇ ସତ୍ୟପାଠ ଆହ୍ୱାନ କରାଯିବ ବୋଲି କମିଶନ ସଚିବ ଗଣମାଧ୍ୟମକୁ କହିଛନ୍ତି। ସତ୍ୟପାଠ ଯାଞ୍ଚ କରାଯାଇ ତଦନ୍ତ ଆଗେଇବା ସହ ସାକ୍ଷ୍ୟଗ୍ରହଣ ଆରମ୍ଭ କରାଯିବ। ଏହାସହିତ ଘଟଣାରେ ନିଲମ୍ବିତ ପୁଲିସ ଅଧିକାରୀଙ୍କୁ ମଧ୍ୟ ପଚରାଉଚରା ହେବ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button