Breaking PLUSଓଡ଼ିଶାମୁଖ୍ୟ ଖବର

ଭରତପୁର ଥାନା ଘଟଣା: ଭିଡିଓ ଦାଖଲ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର- ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ କ୍ରାଇମବ୍ରାଞ୍ଚ ବୁଧବାର ତଦନ୍ତ କମିସନ ଚିତ୍ତ ରଞ୍ଜନ ଦାଶଙ୍କ ପାଖରେ ସମ୍ପୂର୍ଣ୍ଣ ଘଟଣାର ଭିଡ଼ିଓ ଓ ଦସ୍ତାବିଜ ଦାଖଲ କରିଛି। ଥାନାରେ ସେଦିନ ରାତିରେ କଣ ଘଟିଥିଲା ସମସ୍ତ ଦୃଶ୍ୟ ଉକ୍ତ ଭିଡ଼ିଓରେ ରହିଛି। ଏହି ଭିଡ଼ିଓକୁ ଯାଞ୍ଚ କରି ଷ୍ଟେଟ ଫରେନସିକ ଲ୍ୟାବ୍ ସଠିକ ବୋଲି ଦର୍ଶାଇଛି। ଆସନ୍ତା ୨୨ରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ସ୍ଥିର ହୋଇଛି। ଗତ ତାରିଖରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଦସ୍ତାବିଜ ଦାଖଲ ହୋଇନଥିବାରୁ ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଥିଲା। ଆସନ୍ତା ୨୨ରେ ଉଭୟ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସ ପକ୍ଷ ଓକିଲ ଜେରା କରିବେ ବୋଲି ସୂଚନା ରହିଛି। ୨୨, ୨୩ ଓ ୨୪ତାରିଖ ଯାଏ ଶୁଣାଣି ହେବ।

Show More

Related Articles

Back to top button