Breaking PLUSଓଡ଼ିଶାମୁଖ୍ୟ ଖବର

ସମସ୍ତ ପ୍ରକାର ଟେଷ୍ଟ କରିବାକୁ ସହମତି ଦେଲେ ନିଲମ୍ବିତ ଆଇଆଇସି

ଭୁବନେଶ୍ୱର : ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଆଜି ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର ହୋଇଛନ୍ତି ଭରତପୁର ଥାନାର ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର। କୋର୍ଟରେ ହାଜର ହୋଇ ସମସ୍ତ ଟେଷ୍ଟ ଦେବା ପାଇଁ ସହମତି ପ୍ରକାଶ କରିଛନ୍ତି ଦୀନକୃଷ୍ଣ। ଯେ କୌଣସି ତଦନ୍ତ ପାଇଁ ସେ ରାଜି ବୋଲି କହିଛନ୍ତି। ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ଗତ ୧୪ ତାରିଖରେ ଦିଆଯାଇଥିବା ନିର୍ଯାତନା ଘଟଣା ସବୁଠି ନିନ୍ଦା ହେବା ପରେ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ୍‌‌। ଏଥିରେ ପୂର୍ବରୁ ଦୀନକୃଷ୍ଣଙ୍କ ସହ ଅନ୍ୟ ୪ଜଣ ପୁଲିସ କର୍ମଚାରୀଙ୍କୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ। ଏହାପରେ ଦୀନକୃଷ୍ଣଙ୍କ ପଲିଗ୍ରାଫ୍‌‌ ଟେଷ୍ଟ ପାଇଁ ଗତକାଲି କ୍ରାଇମବ୍ରାଞ୍ଚ ଏସଡିଜେଏମ କୋର୍ଟରେ ଆବେଦନ କରିଥିଲା।

Show More

Related Articles

Back to top button