ଓଡ଼ିଶାମୁଖ୍ୟ ଖବରରାଜନୀତି

ଭବାନୀପାଟଣା-ଖରିଆର ରାସ୍ତା ହେବ ୪-ଲେନ୍‌, ପଶ୍ଚିମ ଓଡ଼ିଶାରେ ବଢ଼ିବ ସଂଯୋଗ ବ୍ୟବସ୍ଥା

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭବାନୀପାଟଣା-ଖରିଆର ସଡ଼କକୁ ୨-ଲେନ୍‌ରୁ ୪-ଲେନ୍‌ରେ ପରିଣତ କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନ ଧରି ଅଞ୍ଚଳବାସୀଙ୍କ ଦାବି ଥିବା ଏହି ପ୍ରକଳ୍ପ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ମଧ୍ୟରେ ସଂଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ।
ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଏହି ସଡ଼କ ବିସ୍ତାର ପରେ ଯାତାୟାତ ବ୍ୟବସ୍ଥାରେ ବଡ଼ ସୁବିଧା ମିଳିବ। ବିଶେଷକରି ଚାଷୀ, ବ୍ୟବସାୟୀ ଓ ଦୈନନ୍ଦିନ ଯାତ୍ରୀମାନେ ଏଥିରୁ ଲାଭାନ୍ୱିତ ହେବେ। ଯାତ୍ରା ସମୟ କମିବା ସହ ଇନ୍ଧନ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ।
ପ୍ରାୟ ୭୦ କିଲୋମିଟର ଲମ୍ବା ଏହି ପ୍ରକଳ୍ପ ପାଇଁ ପ୍ରାୟ ୬୪୦ କୋଟି ଟଙ୍କା ବ୍ୟୟ ଅନୁମାନ କରାଯାଇଛି। ସେହିପରି ରାସ୍ତାରେ ୫ଟି ବଡ଼ ଏବଂ ୧୫ଟି ଛୋଟ ସେତୁ ନିର୍ମାଣ କରାଯିବ। ଟେଲ୍ ନଦୀ ଉପରେ ଥିବା ପୁରୁଣା ସେତୁର ମରାମତି ଓ ସୁଦୃଢ଼ୀକରଣ ମଧ୍ୟ କରାଯିବ।
ଅଧିକାରୀମାନଙ୍କ କହିବା ଅନୁସାରେ, ଏହି ପ୍ରକଳ୍ପ ଅଞ୍ଚଳର ବାଣିଜ୍ୟ, କୃଷି ଓ ରୋଜଗାର ସୃଷ୍ଟିକୁ ଗତି ଦେବା ସହ ପଶ୍ଚିମ ଓଡ଼ିଶାର ସାମଗ୍ରିକ ଉନ୍ନତିରେ ନୂଆ ଦିଗ ଖୋଲିବ।

Show More

Related Articles

Back to top button