ଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ର

ଆଜିଠାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ୍

ତିନିମାସ ବନ୍ଦ୍ ରହିବ ଭିତରକନିକା । ଆଜିଠାରୁ ଜୁଲାଇ ୩୧ ତାରିଖ  ଭିତରକନିକା ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ୍ ରହିବ।

ଏହି ସମୟରେ କୁମ୍ଭୀରମାନେ ବସା କରିବା ସହ ଅଣ୍ଡା ଦେଇଥାନ୍ତି। ଅଣ୍ଡାକୁ ଶତ୍ରୁମାନଙ୍କ କବଳରୁ ରକ୍ଷା କରିବା ପାଇଁ ସେମାନେ ହିଂସ୍ର ହୋଇପଡ଼ନ୍ତି। ପ୍ରଜନନ ଋତୁରେ କୁମ୍ଭୀରମାନେ ଭିତରକନିକା ନିକଟ ନଦୀନାଳର ଉପରମୁଣ୍ଡକୁ ଉଠିଯାଇଥାନ୍ତି। ସେଥିପାଇଁ ବନ ବିଭାଗ ପକ୍ଷରୁ ଜନସେଚତନତା କରିବା ସହ ଡାଙ୍ଗମାଳ, ରାଜନଗର, ମହାକାଳପଡାରେ ଉଦ୍ଧାରକାରୀ ଟିମ୍ ନିୟୋଜିତ କରାଯାଇଛି।

ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆ ଯାଇଛି ।

 

Show More

Related Articles

Back to top button