ରେଡ୍ ଆଲର୍ଟରେ ଭୁବନେଶ୍ୱର ବିମାନବନ୍ଦର
ରେଡ୍ ଆଲର୍ଟରେ ଭୁବନେଶ୍ୱର ବିମାନବନ୍ଦର । ଅଲ୍କାଏଦା ପକ୍ଷରୁ ନୂଆଦିଲ୍ଲୀ IGI ବିମାନବନ୍ଦରକୁ ଉଡାଇ ଦେବାକୁ ଧମକ ଦେବା ପରେ ନୂଆଦିଲ୍ଲୀ ଭଳି ଭୁବନେଶ୍ୱର ବିମାନବନ୍ଦର ପାଇଁ ମଧ୍ୟ ରେଡ୍ ଆଲର୍ଟ କରାଯାଇଛି।

ରେଡ୍ ଆଲର୍ଟରେ ଭୁବନେଶ୍ୱର ବିମାନବନ୍ଦର । ଅଲ୍କାଏଦା ପକ୍ଷରୁ ନୂଆଦିଲ୍ଲୀ IGI ବିମାନବନ୍ଦରକୁ ଉଡାଇ ଦେବାକୁ ଧମକ ଦେବା ପରେ ନୂଆଦିଲ୍ଲୀ ଭଳି ଭୁବନେଶ୍ୱର ବିମାନବନ୍ଦର ପାଇଁ ମଧ୍ୟ ରେଡ୍ ଆଲର୍ଟ କରାଯାଇଛି। ଅଗଷ୍ଟ ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ବିମାନବନ୍ଦର ଭିତରକୁ ଯାତ୍ରୀ ଓ କର୍ମଚାରୀଙ୍କ ବାଦ୍ କାହାକୁ ଛଡାଯିବନି। ଭିଜିଟର୍ ପାସ୍ ମଧ୍ୟ ଦିଆଯିବନି। ଟର୍ମିନାଲ ନିକଟକୁ ଗାଡି ଆସିବନି। ଟର୍ମିନାଲଠାରୁ ଦୂରରେ ଗାଡି ପାର୍କିଂ ବ୍ୟବସ୍ଥା କରାଯିବ। ସେହିପରି ବିମାନବନ୍ଦରରେ ଦୁଇଗୁଣା ଅଧିକ ବନ୍ଧୁକଧାରୀ ଯବାନଙ୍କୁ ମୁତୟନ କରାଯିବ।
୧୩ଟି ୱାଚ୍ ଟାୱାରରେ ଦୁଇ ଜଣ ଲେଖାଏଁ ଯବାନଙ୍କୁ ୨୪ଘଣ୍ଟା ମୁତୟନ କରାଯିବ। ପ୍ରବେଶ ପଥରେ ୪ଜଣ ବନ୍ଧୁକଧାରୀ ଯବାନ ମୁତୟନ ହୋଇଥିବାବେଳେ ଟର୍ମିନାଲ ଭିତରେ ଓ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ହେବ। ଡୋମେଷ୍ଟିକ ଟର୍ମିନାଲରେ ୬୭ଟି ସିସିଟିଭି ଲାଗିଛି। ପ୍ରବେଶ ପଥକୁ ସିଲ୍ କରି କଡାକଡି ହେବ ଚେକିଂ। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯିବ ବୋଲି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ସାଧାରଣତଃ ସ୍ୱାଧୀତା ଦିବସ ଓ ସାଧାରଣତନ୍ତ୍ର ଦିବସ ସମୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥାଏ। ଏଥର ଦିଲ୍ଲୀ ବିମାନବନ୍ଦର ଉଡାଇଦେବାକୁ ଧମକ ଆସିଥିବାରୁ ସୁରକ୍ଷ ବ୍ୟବସ୍ଥା ବଢାଇ ଦିଆଯାଇଛି।