Breaking PLUSଓଡ଼ିଶାମୁଖ୍ୟ ଖବର

ରାଜଧାନୀରେ ଯୁବକଙ୍କୁ ହାଣି ଯୁବତୀଙ୍କୁ ଅପହରଣ ଅଭିଯୋଗ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ମୈତ୍ରୀ ବିହାର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆଜି ସକାଳେ ଆକାଶ ସିଂହ ନାମକ ଜଣେ ଯୁବକଙ୍କୁ ହାଣି ଯୁବତୀଙ୍କୁ ଅପହରଣ ଅଭିଯୋଗ ହୋଇଛି। ଯୁବକ ଆକାଶ ସିଂହଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ରାଜଧାନୀର ମୈତ୍ରୀ ବିହାରରେ ୪ଜଣ ଯୁବକ ଆକାଶ ସିଂହଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ।  ଏହାପରେ ସାଙ୍ଗରେ ଥିବା ତାଙ୍କର ବାନ୍ଧବୀଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ଯୁବତୀଙ୍କୁ ଅପହରଣ କରି ନେଇଥିବା ଚାରି ଯୁବକ ଏବେ ଆକାଶଙ୍କ ଫୋନକୁ କଲ୍ କରି ଯୁବତୀଙ୍କୁ ଛାଡ଼ିବା ପାଇଁ ଟଙ୍କା ଦାବି କରିଥିବା କୁହାଯାଉଛି। ତେଣେ ଯୁବତୀଙ୍କୁ ଉଦ୍ଧାର ପାଇଁ କମିଶନରେଟ୍ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ପୁଲିସ ଘଟଣାର ପ୍ରକୃତ ସତ୍ୟାସତ୍ୟ ଜାଣିବାକୁ ପ୍ରୟାସ କରୁଛି।

Show More

Related Articles

Back to top button