Breaking PLUSଓଡ଼ିଶାମୁଖ୍ୟ ଖବର

ରାଜଧାନୀରେ ହୋଟେଲ ବୟଙ୍କୁ ହତ୍ୟା

ରାଜଧାନୀର ଡମଣାରେ ଜଣେ ହୋଟେଲ ବୟଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ମୃତକ ଜଣେ ହୋଟେଲ ବୟ ପୀତାମ୍ବର ଜେନା।  ତାଙ୍କର ଘର ଗଞ୍ଜାମ ଜିଲ୍ଲା ସୋରଡ଼ାରେ ବୋଲି ଜଣାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି।

ସୂଚନା ଅନୁଯାୟୀ,ଡମଣା ହାଟ ସ୍ଥିତ ମା ତାରାଦେଇ ହୋଟେଲରେ ହତ୍ୟାକାଣ୍ଡ ଘଟିଛି। ହୋଟେଲ ବୟଙ୍କୁ ହତ୍ୟା କରିଛି ସେଇ ହୋଟେଲର ମିସ୍ତ୍ରୀ । ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଡମଣା ହାଟ ଛକ ନିକଟ ମଦ ଦୋକାନ ସାଇଡ଼ରେ ରହିଛି ହୋଟେଲ ତାରାଦେଇ। ମୃତ ପୀତାମ୍ବର ଜେନା (୫୫) ଦୀର୍ଘ ବର୍ଷ ଧରି ଏହି ହୋଟେଲରେ ହୋଟେଲ ବୟ ହିସାବରେ କାମ କରୁଥିଲେ ବୋଲି ହୋଟେଲ ମାଲିକ ରବି ସାହୁ କହିଛନ୍ତି। ମଧ୍ୟ ରାତ୍ରିରେ ମାଛ ତରକାରି ଖାଇବାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଆଉ ତା ପରେ ହତ୍ୟାକାଣ୍ଡ ଘଟିଛି।

Show More

Related Articles

Back to top button