Breaking PLUSଓଡ଼ିଶାମୁଖ୍ୟ ଖବର

ଆରମ୍ଭ ହେଲା ୧୮ ତମ ପଥ ଉତ୍ସବ

ଭୁବନେଶ୍ଵର: ଆରମ୍ଭ ହେଲା ୧୮ ତମ ପଥ ଉତ୍ସବ। ଦୁଲୁକିଲା ମାଷ୍ଟରକାଣ୍ଟିନ୍ ରୁ ରାମ ମନ୍ଦିର ଛକ। ବଲିଉଡ୍ କଳାକାରଙ୍କ ଗୀତରେ ଝୁମିଲେ ରାଜଧାନୀବାସୀ। ମାଷ୍ଟର କାଣ୍ଟିନ୍ ଛକରୁ ରାମ ମନ୍ଦିର ଛକ ପର୍ଯ୍ୟନ୍ତ ରାଜରାସ୍ତାରେ ବିଏମସି ପକ୍ଷରୁ ୨୦ରୁ ଅଧିକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟ ବଲ, ଲୁଡୁ, କୁଇଜ୍ କମ୍ପିଟିସନ, ରଙ୍ଗୋଲୀ, ମ୍ୟାଜିକ ଶୋରେ ମସଗୁଲ ଥିଲେ ରାଜଧାନୀର ପିଲାଠୁ ବୟସ୍କ । ଆଜି ସକାଳ ୬ଟାରେ ପଥୋତ୍ସବ ଆରମ୍ଭ ହୋଇଛି। ପଥୋତ୍ସବ ଉଦଘାଟନୀ କାର୍ଯ୍ୟକ୍ରମରେ ବିଏମସି ମେୟର ସୁଲୋଚନା ଦାସଙ୍କ ସମେତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ , ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀ , ବିଏମସି କମିଶନର ପ୍ରମୁଖ ସାମିଲ ହୋଇଥିଲେ। କଟକରେ ମଧ୍ୟ ଆୟୋଜିତ ହୋଇଛି ପଥୋତ୍ସବ। ଫିଟ୍ ନେସ୍ ଅଧିବେଶନ, ସାଂସ୍କୃତିକ ପରିବେଷଣ, କଳା ପ୍ରଦର୍ଶନ ଓ ଖାଦ୍ୟ ଷ୍ଟଲ ସମେତ ବିଭିନ୍ନ ଆକର୍ଷଣରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ ହଜାର ହଜାର ପ୍ରତିଯୋଗୀ ପଥ ଉତ୍ସବରେ ସାମିଲ ହୋଇଛନ୍ତି ।

Show More

Related Articles

Back to top button