Breaking PLUSଓଡ଼ିଶାମୁଖ୍ୟ ଖବର

କ୍ରୁଟ୍ ଦ୍ବାରା ବସ୍‌ଚାଳକ ଧକ୍କାରେ ଭୁବନେଶ୍ୱରରେ 16ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର- କ୍ରୁଟ୍ ଦ୍ବାରା ବସ୍‌ଚାଳକ ମାନଙ୍କ ବେପରୁଆ ଗାଡି ଚାଳନା ଯୋଗୁ ଭୁବନେଶ୍ୱରରେ 16ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଗୃହରେ ଉତର ରଖିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା.କୃଷ୍ଣଚନ୍ଦ୍ର ମହାପାତ୍ର ।  ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ଭୁବନେଶ୍ୱର ମହାନଗର ନିଗମ ଏବଂ ଏହାର ଆଖପାଖ ଅଂଚଳକୁ କୁଟ୍ ଦ୍ବାରା ୩୭୫ଟି ବସ୍ ଚଳାଚଳ କରୁଅଛି । କ୍ରୁଟ୍ ଦ୍ବାରା ବସ୍‌ଚାଳକ ମାନଙ୍କ ଗାଡ଼ି ଚାଳନା ଯୋଗୁଁ ଭୁବନେଶ୍ୱର ମହାନଗର ନିଗମ ଅଂଚଳ ମଧ୍ୟରେ ୧୬ ଜଣ ମୃତ୍ୟୁବରଣ କରିଛନ୍ତି ଏବଂ ଏବେ କେହି ଦୁର୍ଘଟଣାର ଶିକାର ହୋଇ ଚିକିତ୍ସିତ ହେଉନାହାନ୍ତି । ବସ୍ ଗୁଡ଼ିକର ଗତି ସୀମା ବୈଦ୍ୟୁତିକ ବସ୍ ପାଇଁ ୩୫ କି.ମି ପ୍ରତି ଘଂଟା, ସହର ମଧ୍ୟରେ ଡିଜେଲ୍ ବସ୍ ପାଇଁ ୪୦ କି.ମି ପ୍ରତି ଘଂଟା. ଏବଂ ଜାତୀୟ ରାଜପଥରେ ଚାଲୁଥୁବା ୧୬ଟି ବସ୍ ପାଇଁ ୫୦ କି.ମି ପ୍ରତି ଘଂଟା ମଧ୍ୟରେ ସୀମିତ ରହିଛି । କ୍ରୁଟ୍ ଦ୍ବାରା ୨୦୧୯ ଠାରୁ ଏପର୍ଯ୍ୟନ୍ତ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨,୯୪,୮୭, ୨୦୦,୦୦ ଟଙ୍କା କମ୍ରେହେନସିଭ ବୀମା ପଲିସି ବାବଦରେ କ୍ଷତିପୁରଣ ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

Show More

Related Articles

Back to top button