Breaking PLUSଓଡ଼ିଶାମୁଖ୍ୟ ଖବର

ସିମ୍ ବକ୍ସ ଜବତ ଘଟଣାରେ ବଡ ଖୁଲାସା, ବିଦେଶୀ କଲ୍ ଲିଙ୍କ୍

ଭୁବନେଶ୍ୱର-  ଭୁବନେଶ୍ୱରରୁ ସିମ୍‌ ବକ୍ସ ଜବତ ଘଟଣାରେ ପୁଲିସ କମିଶନର ସଞ୍ଜୀବ ପଣ୍ଡା ଶନିବାର ବଡ ଖୁଲାସା କରିଛନ୍ତି ।ପୁଲିସ କମିଶନର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଶୁକ୍ରବାର ଜବତ ହୋଇଥିବା ଏହି ସିମ୍‌ ବକ୍ସ ଦ୍ୱାରା ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟକୁ କଲ୍‌ କରିବାକୁ ବ୍ୟବହୃତ ହେଉଥିଲା । ସାଇବର ଠକେଇ, ଆତଙ୍କୀ ଓ ଅନ୍ୟାନ୍ୟ ଅପରାଧ ପାଇଁ ବ୍ୟବହୃତ ହୁଏ । ମାତ୍ର ଏଠାରେ କେଉଁ ପ୍ରକାର ଅପରାଧିକ କାର୍ଯ୍ୟରେ ଲାଗିଛି ତାହା ସ୍ପଷ୍ଟ ଭାବେ ଜଣାପଡି ନାହିଁ ।

ଘଟଣାର ମାଷ୍ଟର ମାଇଣ୍ଡ ହେଉଛି ଆଶାଦ୍ଦୁର ଜମାନ, ସେ ଜଣେ ବାଂଲାଦେଶୀ ନାଗରିକ । ସେ ପଶ୍ଚିମବଙ୍ଗର ରାଜୁ ମଣ୍ଡଳକୁ ଏଜେଣ୍ଟ ଭାବେ ଏଠି ବ୍ୟବହାର କରୁଥିଲା ।

Show More

Related Articles

Back to top button