Breaking PLUSଓଡ଼ିଶାଖେଳଦେଶମୁଖ୍ୟ ଖବର

ଭାରତୀୟ ଟିମକୁ ବଡ଼ ଝଟକା : ରାହୁଲଙ୍କ ବଦଳରେ ଧୋନୀ ନେଇପାରନ୍ତି ଦାୟିତ୍ୱ

ସିଆ କପ୍ ପୁର୍ବରୁ ଭାରତୀୟ ଟିମକୁ ଲାଗିଛି ବଡ଼ ଝଟକା। ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ କରୋନା ପଜିଟିଭ୍ ବୋଲି ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସେ ଭାରତୀୟ ଟିମ୍ ସହିତ ଏସିଆ କପ୍ ପାଇଁ ଗସ୍ତ କରିପାରିବେ କି ନାହିଁ ଏହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ତେବେ ଏଥିପାଇଁ ଧୋନୀ ପ୍ରସ୍ତୁତ ରହିଛନ୍ତି। ପୁଣି ଥରେ ଧୋନୀ ମେଣ୍ଟର ଦାୟିତ୍ୱ ତୁଲାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଭାରତୀୟ ଟିମକୁ ଆଜି ହିଁ ୟୁଏଇ ଗସ୍ତରେ ଯିବାର ଅଛି। ଏସିଆ କପ୍ ୨୭ ଅଗଷ୍ଟରୁ ଆରମ୍ଭ ହେବ। ଭାରତ ଏହାର ପ୍ରଥମ ମ୍ୟାଚ୍ ୨୮ ଅଗଷ୍ଟରେ ହିଁ ଖେଳିବ। ତେବେ ଧୋନୀ ମେଣ୍ଟର ହେବା ବିଷୟରେ ଏପର୍ଯ୍ୟନ୍ତ କିଛି ସୂଚନା ମିଳିନାହିଁ । ତେବେ କେବଳ ଆକଳନ କରାଯାଉଛି। ଯଦି ଧୋନୀ ଦାୟିତ୍ୱ ନିଅନ୍ତି ତେବେ ଖେଳାଳିଙ୍କୁ ଫାଇଦା ମିଳିବ। ଧୋନୀଙ୍କ ସହିତ ଖେଳାଳିଙ୍କର ବେଶ୍‌ ନିବିଡତା ଓ ଆନ୍ତରିକତା ରହିଛି। ତେଣୁ ଧୋନୀ ମେଣ୍ଟର ଭାବେ ଭଲ କାମ କରିପାରନ୍ତି। ଧୋନୀ ପୂର୍ବରୁ ଏସିଆ କପ ଖେଳିବାର ଅନୁଭବ ମଧ୍ୟ ରଖିଛନ୍ତି। ଧୋନୀ ପାକିସ୍ତାନ, ବାଲାଂଦେଶ, ଶ୍ରୀଲଙ୍କା, ଆଫଗାନିସ୍ତାନ ବିପକ୍ଷରେ ଖେଳାଳିଙ୍କୁ ବୁଝନ୍ତି। ଯାହାର ଫାଇଦା ଖେଳାଳିଙ୍କୁ ନିଶ୍ଚିତ ଭାବରେ ମିଳିବ।

Show More

Related Articles

Back to top button