Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି
‘ହାତ’ ଛାଡିଲେ ବିଜୟ କୁମାର ଗମାଙ୍ଗୋ

ଗୁଣୁପୁର- ରାୟଗଡା ଜିଲା କଂଗ୍ରେସକୁ ଲାଗିଛି ବଡ଼ ଝଟ୍କା। ଦଳ ଛାଡିଲେ ରାୟଗଡା ଜିଲା କଂଗ୍ରେସ ସଭାପତି ବିଜୟ କୁମାର ଗମାଙ୍ଗୋ। ଦଳ ବିରୋଧୀ କାର୍ଯ୍ୟ ପାଇଁ ପିସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ଅଧ୍ୟକ୍ଷ ତାଙ୍କୁ କୈଫିୟତ ତଲବ କରିଥିଲେ। ବହୁଥର ପିସିସି ଓ ଜିଲାସ୍ତରୀୟ ଦଳୀୟ ନେତା ଅଣଦେଖା କରିଥିବା, କୌଣସି କାର୍ଯ୍ୟକ୍ରମର ସୂଚନା ଦେଉ ନ ଥିବା ଅଭିଯୋଗ କରି ଆତ୍ମସମ୍ମାନ ଦୃଷ୍ଟିରୁ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିବା କହିଛନ୍ତି ବିଜୟ ଗମାଙ୍ଗୋ। ଇସ୍ତଫା ପତ୍ର ପିସିସି ସଭାପତି ଓ ରାଜ୍ୟ ପର୍ଯ୍ୟବେକ୍ଷକଙ୍କୁ ପଠାଇଥିବା ସେ ସୂଚନା ଦେଇଛନ୍ତି।