Breaking PLUSଓଡ଼ିଶାମୁଖ୍ୟ ଖବର
ଆଜି ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ

ଭୁବନେଶ୍ଵର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୨୭ତମ ଶ୍ରାଦ୍ଧ ଦିବସ। ଏହି ଅବସରରେ ଶଙ୍ଖ ଭବନଠାରେ ବିଜେଡି ନେତା ଅଶୋକ ପଣ୍ଡା, ମୁନ୍ନା ଖାଁ, ସସ୍ମିତ୍ ପାତ୍ର ଏବଂ ଅନେକ ବିଜେଡି ନେତ୍ରୀ ପ୍ରମୂଖ ଉପସ୍ଥିତ ରହି ବିଜୁ ବାବୁଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ବିଜେଡି ନେତୃବୃନ୍ଦ ଏବଂ କର୍ମୀମାନେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି। ଏହି ଅବସରରେ ସମସ୍ତ ନେତା ଓ କର୍ମୀମାନେ ବିଜୁ ବାବୁଙ୍କ ଆଦର୍ଶ ଓ ନୀତିକୁ ବଜାୟ ରଖିବାକୁ ଶପଥ ପାଠ କରିଛନ୍ତି। ବିଜୁ ପଟ୍ଟନାୟକ ହେଉଛନ୍ତି ସେବା ,ତ୍ୟାଗ ଏବଂ ଓଡିଆ ସ୍ଵାଭିମାନୀର ପ୍ରତୀକ। ଏହି ମହାନ୍ ଜନନେତାଙ୍କ ଶ୍ରାଦ୍ଧ ଦିବସ ଅବସରରେ ଏହି ସେବା ମନୋଭାବକୁ ଆହୁରି ପରିବର୍ଦ୍ଧିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।