Breaking PLUSଓଡ଼ିଶାମୁଖ୍ୟ ଖବର

ନବୀନ ପଟ୍ଟନାୟକଙ୍କୁ ଭେଟିଲା ବିଜେଡି ପୋଲାଭରମ ଟିମ୍‌

ଭୁବନେଶ୍ୱର-  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛି ବିଜେଡି ପୋଲାଭରମ ଟିମ୍‌ । ପୋଲାଭରମ ପ୍ରକଳ୍ପକୁ ସବୁସ୍ତରରେ ବିରୋଧ କରାଯିବ । ଆଦିବାସୀ ଭାଇ ଭଉଣୀଙ୍କ ହକ ପାଇଁ ବିଜେଡିର ଲଢେଇ ଜାରି ରହିବ । ପୋଲାଭରମ ଟିମ୍‌ ଗ୍ରାଉଣ୍ଡରୁ ସ୍ଥିତି ସମୀକ୍ଷା କରି ରିପୋର୍ଟ ପ୍ରଦାନ କରିବା ପରେ ନବୀନ ପଟ୍ଟନାୟକ ଏପରି କହିଛନ୍ତି ।
ଏହି ପ୍ରକଳ୍ପ ଦ୍ୱାରା ମାଲକାନଗିରି ମୋଟୁ ପଞ୍ଚୟତ ସମେତ କାଲିମେଳା ଓ ପଡିଆ ବ୍ଲକର ୨୩୬ଟି ଗାଁର ଲୋକେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେବେ । ସେମାନଙ୍କର ବାସସ୍ଥାନ ସହ ଜୀବିକା ଉଜୁଡି ଯିବ । ମାଲକାନଗିରିରେ ଅଧିକ ବର୍ଷା ହେଉଥିବାରୁ ଏ ପ୍ରକଳ୍ପ ପରିସ୍ଥିତିକୁ ଆହୁରି ଜଟିଳ କରିବ ବୋଲି ପ୍ରତିନିଧି ଦଳ ନବୀନଙ୍କୁ ରିପୋର୍ଟ ଦେଇଛନ୍ତି । ଆଦିବାସୀ ଭାଇ ଭଉଣୀମାନଙ୍କ ହକ ପାଇଁ ବିଜୁ ଜନତା ଦଳ ତାର ଲଢେଇ ଜାରି ରଖିବ ବୋଲି ନବୀନ କହିଛନ୍ତି ।
ଏହି ସମୟରେ ପୋଲାଭରମ ଟିମର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, ସାଂସଦ ମୁନ୍ନା ଖାଁ, ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବିଧାୟକ ଝୀନ ହିକକା, ଭ୍ରୁଗୁ ବକ୍ସିପାତ୍ର, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ବିଜେଡିର ମିଡିଆ ସଂଯୋଜକ ପ୍ରିୟବ୍ରତ ମାଝୀ ଉପସ୍ଥିତ ଥିଲେ ।

Show More

Related Articles

Back to top button