ଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ଆଜିଠୁ ବିଜେଡିର ଦୁଇଦିନିଆ ପଦଯାତ୍ରା ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୨୯ ଓ ୩୦ ତାରିଖରେ ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ବିଜୁ ଜନତା ଦଳର ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଆୟୋଜିତ ହେବାକୁ ଯାଉଛି। ଏଥିପାଇଁ ବିଜୁ ଯୁବ ଓ ଛାତ୍ର ଜନତା ଦଳର ପ୍ରମୁଖ କର୍ମକର୍ତ୍ତାମାନେ କ୍ଷେତ୍ର ପରିଦର୍ଶନ କରି ପ୍ରସ୍ତୁତି ବୈଠକର ସମୀକ୍ଷା କରିଛନ୍ତି। ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ(ଯୁବ ଓ ଛାତ୍ର ବ୍ୟାପାର) ପ୍ରଣବ ବଳବନ୍ତରାୟ, ରାଜ୍ୟ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ, ଛାତ୍ର ବିଜେଡି ସଭାପତି ଦେବୀରଞ୍ଜନ ତ୍ରିପାଠୀ ପ୍ରମୁଖ ବରମୁଣ୍ଡା ପଡ଼ିଆ ଗସ୍ତ କରି ବୈଠକ ସ୍ଥଳ ବୁଲି ଦେଖିଥିଲେ। ସୂଚନାଯୋଗ୍ୟ ଯେ, ୨୯ ତାରିଖ ପ୍ରଶିକ୍ଷଣ ଶିବିରରେ ଯୁବ, ମହିଳା ଓ ଛାତ୍ର ବିଜେଡିର ରାଜ୍ୟ କର୍ମକର୍ତ୍ତାଙ୍କ ସମେତ ଜିଲ୍ଲା, ବ୍ଲକ୍‍, ଜୋନ୍‍, ମ୍ୟୁନିସିପାଲିଟିର ସଭାପତି, ସାଂସଦ, ବିଧାୟକ ପ୍ରମୁଖ ଉପସ୍ଥିତ ରହିବେ। ଭୁବନେଶ୍ୱର ଓ କଟକ କଲେଜ କ୍ୟାମ୍ପସ୍‍ କମିଟିର କର୍ମକର୍ତ୍ତାମାନେ ମଧ୍ୟ ଉପସ୍ଥିତ ରହିବେ। ପଦଯାତ୍ରା କିପରି ହେବ ତାହାର ସବିଶେଷ ସୂଚନା ପ୍ରଦାନ କରାଯିବ। ସେହିପରି ଦ୍ୱିତୀୟ ଦିନରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ସଦସ୍ୟ, ବିଏମ୍‍ସି ମେୟର, ଡେପୁଟି ମେୟର, କର୍ପୋରେଟରଙ୍କ ସହ ସାଂସଦ, ବିଧାୟକ, ବିଧାୟକ ପ୍ରାର୍ଥୀ, ରାଜ୍ୟ କର୍ମକର୍ତ୍ତାମାନେ ଯୋଗଦେବେ।

Show More

Related Articles

Back to top button