ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡିର ଧାରଣା

ଭୁବନେଶ୍ୱର- ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡିର ଧାରଣା । ଦିନକୁ ଦିନ ଅହେତୁକ ମାତ୍ରାରେ ଦର ବୃଦ୍ଧି ଘଟିବାରେ ଲାଗିଛି। ଯାହା ଖାଉଟିଙ୍କ ଚିନ୍ତାକୁ ଦ୍ଵିଗୁଣିତ କରିଛି। ଅହେତୁକ ଦରଦାମ ବୃଦ୍ଧି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛି ବିଜୁ ଜନତା ଦଳ। ଗାନ୍ଧୀ ମାର୍ଗରେ ଦଳ କରୁଛି ବିଶାଳ ବିକ୍ଷୋଭ ସମାବେଶ । ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରୁ ନେତା ନିଜ ନିଜ କର୍ମୀଙ୍କୁ ଧରି ବିକ୍ଷୋଭ ,ସ୍ଥଳରେ ପହଞ୍ଚୁଛନ୍ତି। ବରିଷ୍ଠ ନେତା ବଦ୍ରିନାରାୟଣ ପାତ୍ର,ପ୍ରତାପ ଜେନା, ସଂଜୟ ଦାସବର୍ମା, ସସ୍ମିତ ପାତ୍ର, ନିରଞ୍ଜନ ପୂଜାରୀ, ସସ୍ମିତ ପାତ୍ର,ଶାରଦା ନାଏକ,ପ୍ରଣବ ପ୍ରକାଶ ଦାସ ଙ୍କ ଭଳି ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି।ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା କ୍ଷେତ୍ରରେ ଉଭୟ କେନ୍ଦ୍ର ସରକାର ଓ ଓଡିଶା ସମେତ ବିଜେପି ଶାସିତ ରାଜ୍ୟ ସରକାର ସମ୍ପୂର୍ଣ ବିଫଳ । ଦରଦାମ ବୃଦ୍ଧି ଯୋଗୁ ଜନସାଧାରଣ ହନ୍ତସନ୍ତ ହେଉଥିବା ବେଳେ ସରକାରଙ୍କ ଉପରେ ଏହା କିଛି ପ୍ରଭାବ ପଡୁ ନାହିଁ। ଡବଲ ଇଞ୍ଜିନ୍ ସରକାରର ଶାସନରେ ଓଡିଶାବାସୀ ତ୍ରାହି ତ୍ରାହି ଡାକିଲେଣି। ସରକାର ଦରଦାମ ନିୟନ୍ତ୍ରଣ କରିବା ପରିବର୍ତ୍ତେ ବିଭିନ୍ନ ପ୍ରକାର ଭ୍ରମାତ୍ମକ ଓ ମିଥ୍ୟା ତଥ୍ୟ ଦେଇ ଲୋକଙ୍କୁ ଭଣ୍ଡାଇବାକୁ ଚେଷ୍ଟା କରୁଛନ୍ତି। ଏହାର ପ୍ରତିବାଦରେ ଆଜି ରାଜଧାନୀରେ ବିଜେଡି ଆୟୋଜନ କରିବାକୁ ଯାଉଛି ବିଶାଳ ଗଣବିକ୍ଷୋଭ। ଏହି ସମାବେଶରେ ପ୍ରାୟ ହଜାର ହଜାର କର୍ମୀ ଯୋଗ ଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି।


