ନୂଆଦିଲ୍ଲୀ : ଭାଜପା ନେତା ତଥା କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କଂଗ୍ରେସ ଏବଂ ଆମ ଆଦମୀ ପାର୍ଟିକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ପୂର୍ବରୁ ଜଣେ ଇଟାଲୀୟ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପମାନିତ କରୁଥିଲେ ଏବଂ ବର୍ତ୍ତମାନ ଜଣେ ଇଟାଲିଆ ମୋଦିଙ୍କ ମାଙ୍କର ଅପମାନ କରୁଛନ୍ତି। ତେବେ କାହାର ନାମ ନନେଇ ଠାକୁର ସେ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ଆମ ଆଦମୀ ପାର୍ଟିର ଗୁଜୁରାଟର ଅଧ୍ୟକ୍ଷ ଗୋପାଳ ଇଟାଲିଆଙ୍କୁ ଟାର୍ଗେଟ କରିଛନ୍ତି। ଦଳର ସଂସ୍କୃତି କ’ଣ ହେବ ଯାହାର ଲୋକମାନେ ମୋଦିଙ୍କ ମାଙ୍କୁ ଅପମାନ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଅନୁରାଗ ଠାକୁର କହିଛନ୍ତି ଯେ ଯେଉଁ ମାଟିରେ ମହିଳାମାନେ ସମ୍ମାନିତ ନୁହଁନ୍ତି, ୯୮ବର୍ଷ ବୟସ୍କା ମା ପାଇଁ ଅଶ୍ଳୀଳ ଶବ୍ଦ ବ୍ୟବହାର କରାଯାଏ, ସେଭଳି ଦଳର ଆଦର୍ଶ, ସଂସ୍କୃତି କ’ଣ ହେବ? ଗୁଜରାଟର ସମସ୍ତ ବାସିନ୍ଦା ଆସନ୍ତା ନିର୍ବାଚନରେ ପଦ୍ମ ଚିହ୍ନରେ ଭୋଟ ଦେଇ ବିରୋଧୀ ଦଳଙ୍କର ଅମାନତ ହରାଇବାକୁ ସେ ଅନୁରୋଧ କରିଛନ୍ତି। ଗୁଜରାଟର ସୁରେନ୍ଦ୍ରନଗର ଏବଂ ୱାଧୱା ଠାରେ କେନ୍ଦ୍ର ମନ୍ତ୍ରୀ ତିନୋଟି ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ଯେଉଁଥିରେ ସେ କଂଗ୍ରେସ ଏବଂ ଏଏପିକୁ ସମାଲୋଚନା କରିଥିଲେ। ଠାକୁର କହିଛନ୍ତି ଯେ ଗୁଜରାଟ ଜନତା ବିରୋଧୀଙ୍କକୁ ଉପଯୁକ୍ତ ଉତ୍ତର ଦେବେ।