ଦେଶ ବିଦେଶମୁଖ୍ୟ ଖବରରାଜନୀତି

ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କ ବଡ ବୟାନ: ଟିଏମସିର ୨୧ ବିଧାୟକ ଏବେବି ତାଙ୍କ ସହ ଅଛନ୍ତି

କୋଲକାତା: ଅଭିନେତାରୁ ବିଜେପି ନେତା ବନିଥିବା ମଥୁନ ଚକ୍ରବର୍ତ୍ତୀ ପୁଣିଥରେ ଦେଇଛନ୍ତି ବଡ଼ ବୟାନ । ପଶ୍ଚିମବଙ୍ଗର କ୍ଷମତାସୀନ ତୃଣମୂଳ କଂଗ୍ରେସ (ଟିଏମସି)ର ୨୧ ଜଣ ବିଧାୟକ ଏବେ ବି ତାଙ୍କ ସହ ସିଧାସଳଖ ଯୋଗାଯୋଗରେ ରହିଛନ୍ତି ବୋଲି ସେ ଦାବି କରିଛନ୍ତି। କୋଲକାତାରେ ଥିବା ବିଜେପି ଅଫିସରେ ସାମ୍ବାଦିକ ସମ୍ମିଳନୀ କରି ମିଥୁନ ଏହା କହିଛନ୍ତି, ଟିଏମସିର ୨୧ ବିଧାୟକ ଏବେ ବି ତାଙ୍କ ସହ ଯୋଗାଯୋଗରେ ଅଛନ୍ତି। ପୂର୍ବରୁ ସେ ଏକଥା କହିଥିଲି ଓ ଆଜି ପୁଣି ସେ ଏହା କହିଛନ୍ତି। ମୁଁ ମୋ ବୟାନରେ କାଏମ ରହିଛି। ଆପଣମାନେ କେବଳ ସମୟକୁ ଅପେକ୍ଷା କରନ୍ତୁ। ମୁଁ ଜାଣିଛି ଆମ ଦଳ ଭିତରେ ଟିଏମସିର ନେତାମାନଙ୍କୁ ନେବାରେ ବିରୋଧାଭାଷ ରହିଛି। ଅନେକ କହୁଛନ୍ତି ଆମେ ପଚା ଆଳୁକୁ ନେବୁ ନାହିଁ। ହେଲେ ସେ  କହିଛି ଯେ ମୁଁ ସେଭଳି ମୁର୍ଖ ନୁହେଁ। ପୂର୍ବଭଳି ଭୁଲ ହେବନାହିଁ ବୋଲି ସେମାନଙ୍କୁ କହିଛନ୍ତି। ଦୁର୍ଗା ପୂଜା ପୂର୍ବରୁ ମିଥୁନ ଚକ୍ରବର୍ତ୍ତୀ କୋଲକାତାରେ ବିଜେପି ନେତାମାନଙ୍କୁ ଭେଟିବାକୁ ଆସିଛନ୍ତି। ଏହି ସମୟରେ ସେ ଗଣମାଧ୍ୟମକୁ ଭେଟିଥିଲେ। ତାଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ ଯେ କ’ଣ ବିଜେପିରେ ଯୋଗ ଦେବାକୁ ଥିବା ଟିଏମସି ବିଧାୟକଙ୍କ ସଂଖ୍ୟା ବୃଦ୍ଧି ପାଇଲାଣି? ଏହାର ଜବାବରେ ମିଥୁନ କହିଛନ୍ତି, “ମୁଁ ଆପଣମାନଙ୍କୁ ପ୍ରକୃତ ସଂଖ୍ୟା କହିବନି ନାହିଁ। କିନ୍ତୁ ଏହା ୨୧ ଠାରୁ କମ ନୁହେଁ ବୋଲି ଆପଣମାନେ ମନେ ଜାଣିରଖନ୍ତୁ। ନିକଟରେ ମମତା ବାନାର୍ଜୀ ସିବିଆଇ ଓ ଇଡିର ଅପବ୍ୟବହାରକୁ ନେଇ ଦେଇଥିବା ବୟାନ ଉପରେ ମଧ୍ୟ ମିଥୁନ ପ୍ରତିକ୍ରିୟା ଦେଇଛନ୍ତି। ମମତା କହିଥିଲେ ଯେ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କୌଣସି ଭୂମିକା ନାହିଁ। ସବୁ କିଛି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କରୁଛନ୍ତି ବୋଲି ସେ କହିଥିଲେ। ଏ ସମ୍ପର୍କରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ପଚରାଯିବାରୁ ସେ କହିଛନ୍ତି, “ହଁ, ମୁଁ ଭାବୁଛି ଦିଦି ଠିକ୍ କହିଛନ୍ତି। ପ୍ରକୃତିରେ ପ୍ରଧାନମନ୍ତ୍ରୀ କିଛି କରୁ ନାହାନ୍ତି। ସବୁ କିଛି କୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ହେଉଛି। ଆମେ କ’ଣ କରିପାରିବୁ? ବିଜେପିର ବେଙ୍ଗଲ ବ୍ରିଗେଡ କ’ଣ ଭୁଲ କରିଛନ୍ତି, ସେକଥା ମମତା ବାନାର୍ଜୀ କହିବା ଦରକର।

 

Show More

Related Articles

Back to top button