ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବରରାଜନୀତି

ଆମ୍ ଆଦମୀ ପାର୍ଟି ଜନସଭା ଉପରକୁ ବିଜେପିର ପଥର ମାଡ, ନାବାଳକ ଆହାତ

ନୂଆଦିଲ୍ଲୀ: ପାଖେଇ ଆସିଲାଣି ଗୁଜରାଟ ନିର୍ବାଚନ। ଏହାକୁ ନେଇ ସବୁ ଦଳ ପ୍ରସ୍ତୁତି ଜୋରଦାରରେ ଚଳାଇଛନ୍ତି। ପାଖାପଖି ସବୁ ଦଳର ନେତାମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଗୁଜରାଟରେ ଡେରା ପକାଇଛନ୍ତି। କେବଳ ସେତିକି ନୁହେଁ ଘନ ଘନ ବୈଠକ ଓ ଜନସଭା ମଧ୍ୟ ହେଉଛି। ଏହାରି ଭିତରେ ଗତକାଲି ଆମ୍ ଆଦମୀ ପାର୍ଟି ପକ୍ଷରୁ ମଧ୍ୟ ଏକ ଜନସଭା ଆୟୋଜିତ ହୋଇଥିଲା। ତେବେ ଏହି ଜନସଭା ଉପରକୁ ବିଜେପି ପଥର ମାଡ କରଥିବା ଅଭିଯୋଗ ହୋଇଛି। ଏହି ପଥରମାଡରେ ଜଣେ ନାବାଳକ ଆହତ ହୋଇଥିବା ଆପ୍ ଅଭିଯୋଗ କରିଛି।

ସୂଚନା ଅନୁସାରେ, ଶନିବାର ଆମ୍ ଆଦମୀ ପାର୍ଟିର ଗୁଜରାଟ ମୁଖ୍ୟ ଗୋପାଳ ଇଟାଲିଆଙ୍କ ସୁରଟରେ ଏକ ନିର୍ବାଚନୀ ସଭା ଚାଲିଥିଲା ଏତିକି ବେଳେ କିଛି ଲୋକ ଏହି ସଭା ଉପରକୁ ପଥରମାଡ କରିଥିଲେ। ଏଥିରେ ଜଣେ ଛୋଟ ବଳକ ଆହତ ହୋଇଥିଲା। ଏହାକୁ ନେଇ ଆପ୍ ବିଜେପିକୁ ଟାର୍ଗେଟ୍ କରିଛି। ବିଜେପିର ଲୋକମାନେ ଏସବୁ କିଛି କରିଥିବା ଗୋପାଳ ଇଟାଲିଆ ଅଭିଯୋଗ କରିଛନ୍ତି। ଏଥିସହ ଗୁଜରାଟରେ ଆପ୍‌କୁ ମିଳୁଥିବା ଜନ ସମର୍ଥନକୁ ଦେଖି ବିଜେପି ଭୟଭୀତ ହୋଇଯାଇଥିବା ସେ କହିଛନ୍ତି।

ଆପ୍ ନେତା ଗୋପାଳ ଇଟାଲିଆ ଏହି ଘଟଣାର ଏକ ଫଟୋ ମଧ୍ୟ ଟ୍ୱିଟ୍ କରିଛନ୍ତି। ଟ୍ୱିଟ୍ କରି ସେ ଲେଖିଛନ୍ତି ‘କତାରଗାମ ବିଧାନସଭା ନିର୍ବାଚନ ହାରିବା ଭୟରେ ବିଜେପିର ଗୁଣ୍ଡାମାନେ ଆଜି ମୋର ନିର୍ବାଚନୀ ସଭା ଉପରକୁ ପଥରମାଡ କରିଥିଲେ। ଏଥିରେ ଜଣେ ନାବାଳକ ଆହତ ହୋଇଥିଲା। ୨୭ ବର୍ଷରେ ବିଜେପି ଯଦି କିଛି ଭଲ କାମ କରିଥାଆନ୍ତା ତେବେ ଆଜି ତାକୁ ଆପ୍‌ର ଜନସଭା ଉପରକୁ ପଥରମାଡ କରିବାକୁ ପଡିନଥାନ୍ତା। ବିଜେପିର ଏହି ପଥରମାଡର ଜବାବ ସାଧାରଣ ଜନତା ଝାଡୁରେ ଦେବେ।

 

 

Show More

Related Articles

Back to top button