ଦେଶ ବିଦେଶମୁଖ୍ୟ ଖବରରାଜନୀତି

ମୁଲାୟମ ସିଂହ ଯାଦବଙ୍କ ଆସନରେ ଜିତିବ ବିଜେପି: ହାରିବେ ଡିମ୍ପଲ, ମନ୍ତ୍ରୀ ଜୟବୀର ସିଂ

ଲକ୍ଷ୍ନୌ: ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ରାଜନୈତିକ ଜୀବନ ସହ ତାଙ୍କ ବୋହୂ ଡିମ୍ପଲ ଯାଦବଙ୍କ ରାଜନୈତିକ ସ୍ଥିତି ମଧ୍ୟରେ ଆକାଶ ପାତାଳ ପରକ ରହିଛି। ଖାଲି ପଡ଼ିଥିବା ମୁଲାୟମ ସିଂହ ଯାଦବଙ୍କ ଆସନରେ ବିଜେପି ଜିତିବ। ଏହା କହିଛନ୍ତି ଉତ୍ତରପ୍ରଦେଶର ମନ୍ତ୍ରୀ ଜୟବୀର ସିଂ । ସେ କହିଛନ୍ତି ଯେ, ମୁଲାୟମ ସିଂ ଯାଦବଙ୍କ ଅଧୀନରେ ସମାଜବାଦୀ ପାର୍ଟିର ପ୍ରଭାବ ତ୍ରୃଣମୂଳସ୍ତରେ ଦେଖିବାକୁ ମିଳୁଥିଲା। କିନ୍ତୁ ଅଖିଳେଶ ଯାଦବ ଏସି ରୁମରେ ଥାଇ ଅପରେଟ କରୁଛନ୍ତି। ଏଠାରେ ହେବାକୁ ଥିବା ଉପନିର୍ବାଚନରେ ବିଜେପି ଜିତିବ ବୋଲି ସେ କହିଛନ୍ତି ।

ମୈନପୁରୀ ଆସନରେ ମୂଲାୟମଙ୍କ ପରିବାର ଲୋକେ ଅନେକ ବର୍ଷ ହେବ ନିଜ ଅଧୀନରେ ରଖି ଆସୁଛନ୍ତି। ମୂଲାୟମ ସିଂହ ଯାଦବଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡ଼ିଛି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ପତ୍ନୀ ତଥା ପୂର୍ବତନ ସାଂସଦ ଡିମ୍ପଲ ଯାଦବ ଉତ୍ତରପ୍ର‌ଦେଶର ମୈନପୁରୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ। ଡିମ୍ପଲଙ୍କ ଶ୍ୱଶୁର ମୂଲାୟମ ସିଂହ ଯାଦବଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡ଼ିଥିବାରୁ ସେଠାରେ ନିର୍ବାଚନ ହେଉଛି। ୫ ରାଜ୍ୟରେ ବିଧାନସଭା ଉପନିର୍ବାଚନ ସହ ମୈନପୁରୀରେ ନିର୍ବାଚନ ଅଛି।

୪୨ ବର୍ଷୀୟା ଡିମ୍ପଲ ଯାଦବ କନୌଜରୁ ୨ ଥର ଲୋକସଭା ସାଂସଦ ହୋଇଛନ୍ତି। କିନ୍ତୁ ୨୦୧୯ରେ ସେ ତାଙ୍କ ଆସନ ହରାଇ ଦେଇଥିଲେ। ଦୀର୍ଘଦିନର ଅସୁସ୍ଥତା ପରେ ଗତ ମାସରେ ମୁଲାୟମଙ୍କ ପରଲୋକ ହୋଇଥିଲା। ମୈନପୁରୀକୁ ମୁଲାୟମ ସିଂହ ଯାଦବଙ୍କ ପାରିବାରିକ ଆସନ ବିବେଚନା କରାଯାଏ। ୨୦୧୯ରେ ମୋଦୀ ଲହର ସତ୍ତ୍ୱେ ମୂଲାୟମ ଏହି ଆସନରେ ନିର୍ବାଚନ ଜିତିଥିଲେ।

Show More

Related Articles

Back to top button