ବ୍ଲାକ ଫଙ୍ଗସ୍ କୁ ମହାମାରୀ ଘୋଷଣା କଲେ ରାଜ୍ୟ ସରକାର
ଓଡିଶାରେ ବ୍ଲାକ ଫଙ୍ଗସ୍ ମହାମାରୀ ଘୋଷିତ। ଏନେଇ ରାଜ୍ୟ ସରକାର ଗୁରୁବାର ଘୋଷଣା କରିଛନ୍ତି

ମହାମାରୀ ବ୍ୟାଧି ଆଇନ ୧୯୮୭ ଅନୁଯାୟୀ, ପ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷିତ କରାଯାଇଛିମହାମାରୀ କରୋନା ସମୟରେ ଆଉ ଏକ ଚିନ୍ତାର କାରଣ ସାଜିଥିବା ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା କରିବାକୁ କେନ୍ଦ୍ର ସରକାର ସୁପାରିଶ କରିଥିଲେ।
ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।ସୂଚନାଯୋଗ୍ୟ, କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ଅନେକ ଲୋକ ବ୍ଲାକ ଫଙ୍ଗସର ଶିକାର ହେଉଥିବା ଦେଖିବାକୁ ମିଳିଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଯାହାଙ୍କଠାରେ ରୋଗ ପ୍ରତିଷେଧକ ଶକ୍ତି କମ ରହିଛି, ସେହି ଲୋକଙ୍କଠାରେ ଏହି ରୋଗ ଦେଖିବାକୁ ମିଳିଛି। ପ୍ରଥମରୁ କରୋନା ସହ ଲଢେଇ ଜାରି ରହିଛି। ଏବେ ଏହି ରୋଗ ବେଡି ଉପରେ କରୋଡାମାଡ ସାଜିଛି।ଏହା ପୂର୍ବରୁ ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କରିବାକୁ କେନ୍ଦ୍ର ସରକାର ସୁପାରିଶ କରିଥିଲେ। ତେବେ ଏହାରି ମଧ୍ୟରେ, ବ୍ଲାକ୍ ପଙ୍ଗସକୁ ମହାମାରୀ ଘୋଷଣା କରିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ସୁପାରିଶ କରିଥିଲେ। ଦିନକୁ ଦିନ ଦେଶରେ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ତେଣୁ ଏବେ ବେଳ ଥାଉ ଥାଉ ସମସ୍ତେ ସଜାଗ ହୋଇ ଏହି ଭୂତାଣୁ ସହ ଲଢେଇ କରିବା ପାଇଁ କେନ୍ଦ୍ର ପରାମର୍ଶ ଦେଇଥିଲେ।