Breaking PLUSଓଡ଼ିଶାମୁଖ୍ୟ ଖବର
ଲଣ୍ଡନସ୍ଥିତ ଆମେରିକା ଦୂତାବାସ ବାହାରେ ବିସ୍ଫୋରଣ

ଲଣ୍ଡନସ୍ଥିତ ଆମେରିକା ଦୂତାବାସ ବାହାରେ ଶୁକ୍ରବାର ଏକ ବିସ୍ଫୋରଣ ଘଟିଛି। ଏଥିରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ଘଟଣା ପରେ ମେଟ୍ରୋପଲିଟାନ ପୁଲିସ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛି।
ଲଣ୍ଡନର ନାଇନ ଏଲ୍ମସଠାରେ ଥିବା ଆମେରିକୀୟ ଦୂତାବାସ ବାହାରେ ଏକ ସନ୍ଦିଗ୍ଧ ବସ୍ତୁ ପଡ଼ିଥିବା ପ୍ରଥମେ ଖବର ମିଳିଥିଲା। ଏହା ପରେ ମେଟ୍ରୋପଲିଟାନ ପୁଲିସ ପହଞ୍ଚି ଉକ୍ତ ଅଞ୍ଚଳରୁ ଘେରାବନ୍ଦୀ କରି ସମସ୍ତ ରାସ୍ତା ସିଲ୍ କରିଦେଇଥିଲା। ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚିବା ପୂର୍ବରୁ ଉକ୍ତ ସନ୍ଦିଗ୍ଧ ବସ୍ତୁଟି ବିସ୍ଫୋରଣ ଘଟିଥିଲା। ସ୍ଥାନୀୟ ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା। କିନ୍ତୁ ଏହା ଅଧିକ ତୀବ୍ର ନ ଥିଲା। ଯାହାଫଳରେ ବିଶେଷ କ୍ଷୟକ୍ଷତି ଘଟିନାହିଁ ବୋଲି ପୁଲିସ କହିଛି।