Breaking PLUSଓଡ଼ିଶାମୁଖ୍ୟ ଖବର

ଅନ୍ତର୍ଜାତୀୟ ମହିଳା ଦିବସରେ ବିଏମସିର ହସ୍ତତନ୍ତ ପଦଯାତ୍ରା

ଭୁବନେଶ୍ୱର- ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ହ୍ୟାଣ୍ଡଲୁମ ବା ହସ୍ତତନ୍ତ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବାଚସ୍ପତି, ଓଡିଶା ବିଧାନସଭା, ସୁରମା ପାଢୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାନନୀୟା ମେୟର ସୁଲୋଚନା ଦାସ, ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ଓଡିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ଡକ୍ଟର ଅରୁଣା ମହାନ୍ତି, ଅଲମ୍ପିଆନ ଅନୁରାଧା ବିଶ୍ୱାଳ, ବିଏମସି କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ, ସମସ୍ତ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ, ଅଧ୍ୟକ୍ଷା ଏବଂ କର୍ପୋରେଟରମାନେ ଯୋଗଦେଇଥିଲେ ।

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡିଶାର ହସ୍ତତନ୍ତକୁ ପ୍ରୋତ୍ସାହିତ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ, ଓଡିଶା ହସ୍ତତନ୍ତ ନିଗମ ଏବଂ ଓଡିଶା ସମବାୟ ସମିତିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପଦଯାତ୍ରାରେ ବିଭିନ୍ନ ବର୍ଗର ପ୍ରାୟ 5 ଶହ ମହିଳା ସାମିଲ ହୋଇଥିଲେ । ମୁଖ୍ୟ ଅତିଥି ପତାକା ଦେଖାଇ ଏହି ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ପ୍ରାୟ ସମସ୍ତ ମହିଳା ହସ୍ତତନ୍ତ ବସ୍ତ୍ର ପରିଧାନ କରିଥିଲେ । ସକାଳ 8ଟାରେ ଏହି ପଦଯାତ୍ରା ମାଷ୍ଟର କ୍ୟାଣ୍ଟିନଠାରୁ ବାହାରି ବିଏମସି ମୁଖ୍ୟାଳୟରେ ପହଞ୍ଚିଥିଲା ।

ଏହି ପଦଯାତ୍ରାରେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ହାସଲ କରିଥିବା ମହିଳାଙ୍କୁ ବିଏମସି ପକ୍ଷରୁ ଉତ୍କଳ ମଣ୍ଡପଠାରେ ସନ୍ଧ୍ୟାରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ସମ୍ପୂର୍ଣ୍ଣା’ରେ ପୁଷ୍ପଗୁଜ୍ଝ, ପାଟ ଶାଢୀ, ମାନପତ୍ର ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button