Breaking PLUSଓଡ଼ିଶାମୁଖ୍ୟ ଖବର

ବଲାଙ୍ଗିରରେ ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ

ବଲାଙ୍ଗିର –  ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ମାଲଗୋଦାମପଡ଼ାରେ ଗୋଷ୍ଠୀ ସଂଘର୍ଷ । ଜେଲ୍‌ ଫେରନ୍ତାଙ୍କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ମାଲଗୋଦାମପଡ଼ାର ସୁରେନ୍ଦ୍ର ହରିପାଲଙ୍କ ପୁଅ ନିରଜ ହରିପାଲ ବୋଲି ଜଣାପଡିଛି । ନିରଜଙ୍କ ଭାଇ ମୁକେଶ ଆକ୍ରମଣରେ ଗୁରୁତର ହୋଇ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ପୁଲିସ ସୂଚନା ଅନୁସାରେ, ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳନ ପରେ ସୋମବାର ଚାରିଆଡ଼େ ଛାଡ଼ଖାଇ ଉତ୍ସବ ପାଳନରେ ଲୋକେ ମସଗୁଲ ଥିଲେ । ସୋମବାର ରାତି ପ୍ରାୟ ୯ଟା ୩୦ରେ ମାଲଗୋଦାମପଡ଼ାର ନିରଜ ଓ ତାଙ୍କ ଭାଇ ମୁକେଶଙ୍କୁ ପଡ଼ାର ଚଣ୍ଟୁ ଓରଫ୍‌ ଦୀପକ କୁମ୍ଭାର, ଦ୍ରୋଣ କୁମ୍ଭାର, ବଣ୍ଟି ଓରଫ୍‌ ବିକ୍ରମ କୁମ୍ଭାର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଖଣ୍ଡା ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ପରିବାର ଲୋକେ ଗୁରୁତର ଅବସ୍ଥାରେ ନିରଜ ଓ ମୁକେଶଙ୍କୁ ଉଦ୍ଧାର କରି ରାତିରେ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ନିରଜଙ୍କୁ ମୃତ ଘୋଷଣା କରିଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button