Breaking PLUSଓଡ଼ିଶାମୁଖ୍ୟ ଖବର
ଓଲିଉଡ ଯୋଡି ବର୍ଷା-ଅନୁଭବଙ୍କ 10ବର୍ଷ ଦାମ୍ପତ୍ୟ ଜୀବନ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ

ଭୁବନେଶ୍ୱର/କଟକ, 8 ଫେବୃଆରୀ- ଓଲିଉଡର ସେଲିବ୍ରିଟି ଯୋଡ଼ି ଅନୁଭବ-ବର୍ଷାଙ୍କ ୧୦ ବର୍ଷର ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡିଛି। ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଔପଚାରିକ ଭାବେ ଛାଡ଼ପତ୍ର ହୋଇଛି । ସୋସିଆଲ ମିଡିଆ ‘ଏକ୍ସ’ରେ ନିଜ ବିବାହ ବିଚ୍ଛେଦ ସଂପର୍କରେ ସୂଚନା ଦେଇଛନ୍ତି ଅନୁଭବ ମହାନ୍ତି। ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଠାରୁ ଛାଡ଼ପତ୍ର ପାଇଁ କୋର୍ଟଙ୍କ ମଂଜୁରୀ ମିଳିଛି। ଏହି ଲଢେଇରେ ଯେଉଁମାନେ ତାଙ୍କ ସହ ଏବଂ ତାଙ୍କ ପରିବାର ସହ ଥିଲେ ସେମାନଙ୍କୁ କୃତଜ୍ଞତା ଜଣାଇଉଛି। ମିଛ ବିବାହର ଯନ୍ତ୍ରଣାରୁ ତାଙ୍କୁ ମୁକ୍ତି ମିଳିଛି। ତଥାପି ବର୍ଷାଙ୍କ ଖୁସି ପାଇଁ ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ୧୦ ବର୍ଷ ବିବାହ ବାର୍ଷିକୀ ପୂର୍ବରୁ କୋର୍ଟଙ୍କ ଏଭଳି ନିଷ୍ପତ୍ତି ଆସିଥିବାରୁ ସେ ସୋସିଆଲ ମିଡିଆରେ ଖୁସି ବ୍ୟକ୍ତ କରିଛନ୍ତି ।