Breaking PLUSଓଡ଼ିଶାମୁଖ୍ୟ ଖବର

ଭୁବନେଶ୍ଵରର ୨ଟି ସ୍ଥାନରେ ବୋମାମାଡ଼

ଭୁବନେଶ୍ୱର- ରାଜଧାନୀ ଭୁବନେଶ୍ଵରର ୨ଟି ସ୍ଥାନରେ ବୋମାମାଡ଼ ହୋଇଛି। ବୁଧବାର ବିଳମ୍ବିତ ରାତିରେ ବାପୁଜୀନଗରର ଦୁଇଟି ସ୍ଥାନରେ ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ବାପୁଜୀନଗରର କେଦାରପଲ୍ଲୀ ଲେନ-୧ ଏବଂ ଶିଶୁଭବନ ନିକଟ ବହରମପୁର ବସ୍ତି ଗଳିରେ ଦୁର୍ବୃତ୍ତମାନେ ବୋମାମାଡ଼ କରିଛନ୍ତି। ପୂର୍ବଶତ୍ରୁତାରୁ ବୋମାମାଡ଼ କରାଯାଇଥିବା ସନ୍ଦେହ କରାଯାଉଛି। ଖବର ପାଇ କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଛି। ସିସିଟିଭି କ୍ୟାମେରା ଫୁଟେଜ ଆଧାରରେ ପୁଲିସ ତଦନ୍ତ କରିବା ସହିତ ଅଭିଯୁକ୍ତମାନଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button