ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧକୁ ଦୀର୍ଘଦିନ ପୂରିଥିଲେ ମଧ୍ୟ ଏହା ଥମିବା ପରିବର୍ତ୍ତେ ଭୟଙ୍କର ହେଉଛି ସ୍ଥିତି । ନିକଟରେ ୟୁକ୍ରେନ ସୈନ୍ୟବାହିନୀ ଦାବି କରିଛି ଯେ ଏହା କିଛି ମାସ ଧରି ରୁଷିଆର ସୈନ୍ୟଙ୍କ ଦ୍ୱାରା ଦଖଲ ହୋଇଥିବା ଇଜିୟମ ସହରକୁ ନିୟନ୍ତ୍ରଣ କରିଛି । ରୁଷିଆ ସୈନ୍ୟ ୟୁକ୍ରେନର ବହୁ ଅଞ୍ଚଳରେ ବୋମାମାଡ଼ କରିଛନ୍ତି । ବର୍ତ୍ତମାନ ଏନେଇ ରିପୋର୍ଟ ପ୍ରକାଶ ପାଇଛି ।
ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଆଧାରରେ ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି, ୟୁକ୍ରେନର ଅନେକ ବେସ ଉପରେ ଆକ୍ରମଣ ହୋଇଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ଯୋଗ ଦେଇଥିବା ସମୟରେ ଏଭଳି ଘଟିଛି।