
୧- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ, ଅପରାହ୍ନ ୪ଟାରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ ।
୨- ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ ହେବ ଆରମ୍ଭ । ସରକାରୀ କାର୍ଯ୍ୟଦିବସ ସହିତ ଏହି ଅଧିବେଶନ ୨୩ ଡିସେମ୍ବର, ଗୁରୁବାର ଦିନ ଶେଷ ହେବ । ୨୫ ଦିନର ଅବଧି ମଧ୍ୟରେ ଏହି ଅଧିବେଶନରେ ମୋଟ ୧୯ଟି କାର୍ଯ୍ୟ ଦିବସ ରହିଛି ।
୩- ମହଙ୍ଗା ହେବ ଜିଓ ରିଚାର୍ଜ, ଡିସେମ୍ବର ୧, ୨୦୨୧ରୁ ଜିଓର ନୂତନ ଟାରିଫ ପ୍ଲାନ ସମଗ୍ର ଦେଶରେ ହେବ ଲାଗୁ । କମ୍ପାନୀ ଏହାର ପ୍ଲାନ ମୂଲ୍ୟ ପ୍ରାୟ ୨୦ରୁ ୨୫ ପ୍ରତିଶତ ବୃଦ୍ଧି କରିଛି ।
୪- ଡିସେମ୍ବର ପ୍ରଥମ ସପ୍ତାହରେ ଓଡ଼ିଶା ଉପକୂଳରେ ବାତ୍ୟା ଆଶଙ୍କା । ନଭେମ୍ବର ୩୦ ତାରିଖରେ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି l ଯାହା ବାତ୍ୟାର ରୂପ ନେବ ବୋଲି ଆଶଙ୍କା କରାଯାଉଛି ।
୫- ମଣିପୁରରେ ହେବ ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିିଜ୍, ଏହି ବ୍ରିଜର ଉଚ୍ଚତା ୟୁରୋପରେ ଥିବା(୧୩୯ ମିଟର) ରେଲୱେ ବ୍ରିଜଠାରୁ ଦୁଇ ମିଟର ଅଧିକ । ୨୮୦ କୋଟି ଟଙ୍କାର ଏହି ବ୍ରିଜ଼ ନିର୍ମାଣ ହେଲେ ଅରୁଣାଚଳ ପ୍ରଦେଶ, ଆସାମ, ତ୍ରିପୁରାକୁ – ମଣିପୁର, ମିଜୋରାମ, ମେଘାଳୟ, ସିକ୍କିମ ଓ ନାଗାଲ୍ୟାଣ୍ଡ ସହ ସଂଯୁକ୍ତ କରିବ ।
୬- ଅନ୍ତର୍ଜାତୀୟ ବିମାନ ଯାତ୍ରା ଲାଗି କେନ୍ଦ୍ର ସରକାର ଜାରି କଲେ ନୂଆ ଗାଇଡ୍ଲାଇନ । ଏଣିକି ଯାତ୍ରୀ ୧୪ ଦିନର ଟ୍ରାଭେଲ ହିଷ୍ଟ୍ରି (ଯାତ୍ରା ବିବରଣୀ) ଦାଖଲ କରିବା ହେଲା ବାଧ୍ୟତାମୂଳକ ।
୭- ପୁଣି ମହଙ୍ଗା ହେଲା CNG, ଗତ ୧୦ ମାସରେ ୧୪ ଥର ହେଲାଣି ଦାମ୍ ବୃଦ୍ଧି ।
୮- ପ୍ରବଳ ବର୍ଷା ଆଶଙ୍କାରେ ଆଜି ତାମିଲନାଡ଼ୁର ରାଜଧାନୀ ଚେନ୍ନାଇର ତିରୁନେଲଭେଲି ସମେତ ୭ଟି ଜିଲ୍ଲାର ସ୍କୁଲ ଏବଂ କଲେଜ ବନ୍ଦ ରହିବ ।
୯- ପୁଣି ଝୁଲିଲା ଅନ୍ତର୍ଜାତୀୟ ବିମାନ ସେବା ନିଷ୍ପତ୍ତି, ଡିସେମ୍ବର ୧୫ରୁ ଆରମ୍ଭ ହେବାର ଥିଲା ଅନ୍ତର୍ଜାତୀୟ ବିମାନ ଚଳାଚଳ । ହେଲେ ଏବେ ଏନେଇ ସମୀକ୍ଷା ପରେ ନିଆଯିବ ନିଷ୍ପତ୍ତି ।
୧୦- ରିଲିଜ ହେଲା ସଲମାନ ଖାନ୍ଙ୍କ ସିନେମା ‘ଅନ୍ତିମ ଦ ଫାଇନାଲ ଟ୍ରୁଥ’ । ସିନେମା ଦେଖି ହଲ ଭିତରେ ବାଣ ଫୁଟାଇଲେ ପ୍ରଶଂସକ । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
୧୧- ଏଣିକି ଟିକେଟ କରି ନଥିଲେ କରି ପାରିବେ ଟ୍ରେନ ଯାତ୍ରା ।
ନୂଆ ନିୟମ ଆଣିଲା ଭାରତୀୟ ରେଳବିଭାଗ । ଆପଣ କେବଳ ପ୍ଲାଟଫର୍ମ ଟିକେଟ ନେଇ ଟ୍ରେନରେ ଚଢିବା ପରେ ଟିଟିଆଇଙ୍କ ସାହାଯ୍ୟରେ ଟ୍ରେନରେ ଟିକେଟ କରିପାରିବେ ।
୧୨- ଦକ୍ଷିଣ ଆମେରିକା : ପେରୁର ଉତ୍ତର ଅଞ୍ଚଳରେ ଶକ୍ତିଶାଳୀ ୭.୫ ତୀବ୍ରତାର ଭୂକମ୍ପ ହେଲା ଅନୁଭୂତ । ତେବେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି କିମ୍ବା ବଡ଼ କ୍ଷୟକ୍ଷତି ସମ୍ପର୍କରେ ଖବର ଆସିନାହିଁ ।
୧୩- ଚିନ୍ତା ବଢାଉଛି ଓମିକ୍ରନ୍, ସମସ୍ତ ରାଜ୍ୟକୁ କଠୋର ନିର୍ଦ୍ଦେଶନାମା ଜାରି କରିବାକୁ କହିଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।
୧୪- ପାକିସ୍ତାନରେ ଛପାଯାଉଥିଲା ନକଲି ଭାରତୀୟ ଟଙ୍କା ! ବାଂଲାଦେଶରୁ ଜବତ ହେଲା ୬କୋଟି ରୁ ଆଧିକ ଟଙ୍କା ।
୧୫- ତ୍ରିପୁରା ମ୍ୟୁନିସିପାଲିଟି ନିର୍ବାଚନରେ ବିଜେପିର ବିପୁଳ ବିଜୟ, ୨୨୨ଟି ମଧ୍ୟରୁ ଜିତିଲା ୨୧୭ ଟି ଆସନ ।
୧୬- ଏଲନ ମସ୍କଙ୍କ ‘ଷ୍ଟାର ଲିଙ୍କ ଇଣ୍ଟରନେଟ୍’ ନେଇ ଲୋକଙ୍କୁ ସତର୍କ କଲେ ସରକାର । କହିଲେ ଦେଶରେ ଏପରି ସେବା ଉପଲବ୍ଧ ଲାଗି ସଂସ୍ଥା ଭାରତ ସରକାରଙ୍କଠାରୁ ଲାଇସେନ୍ସ ପ୍ରାପ୍ତ କରିନାହାନ୍ତି ।
୧୭- ସୀମାନ୍ତରେ ଭାରତ ଓ ଚୀନ୍ ମଧ୍ୟରେ ସାମରିକ ବିବାଦ ଚାଲିଥିବା ବେଳେ ପୂର୍ବ ଲଦାଖ ପାଖରେ ଚୀନ୍ ନୂଆ ରାଜପଥ ଓ ସଡ଼କ ନିର୍ମାଣ କରିବା ସହ ମିସାଇଲ୍ ଓ ରକେଟ୍ ରେଜିମେଣ୍ଟ୍ ମୁତୟନ କରିଛି ।
୧୮- ରୋମାଞ୍ଚକ ମୋଡରେ କାନପୁର ଟେଷ୍ଟ । ୨୩୪/୭ରେ ଭାରତର ଦ୍ଵିତୀୟ ଇନିଂସ କଲେ ଘୋଷଣା, ନ୍ୟୁଜିଲାଣ୍ଡକୁ ୨୮୪ ରନର ଦେଲେ ଟାର୍ଗେଟ୍ । ବିଜୟ ଲକ୍ଷ୍ୟକୁ ପିଛା କରି ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ଦଳ ର ସ୍କୋର ୪/୧ ।
୧୯- ପ୍ରଥମ ଭାରତୀୟ ଭାବରେ ରଚିଲେ ଇତିହାସ; ପ୍ରଥମ ଟେଷ୍ଟରେ ସୁନୀଲ ଗାଭାସ୍କରଙ୍କୁ ପଛରେ ପକାଇଲେ ଶ୍ରେୟସ୍ ଆୟର । ପଦାର୍ପଣ ଟେଷ୍ଟରେ ଶତକ ଓ ଅର୍ଦ୍ଧଶତକ ହାସଲ କରିବା ସହିତ ନିଜ ନାମକୁ ରେକର୍ଡ ବୁକରେ କଲେ ସାମିଲ ।
୨୦- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍ଆଇଏଚ୍ ହକି ପୁରୁଷ ଜୁନିୟର ବିଶ୍ୱକପ୍ରୁ ବିଦାୟ ନେଲା ପାକିସ୍ତାନ । ଗତକାଲି ଅନୁଷ୍ଠିତ ପୁଲ୍ ‘ଡିି’ ମ୍ୟାଚରେ ଆର୍ଜେଣ୍ଟିନା ୪-୩ ଗୋଲରେ ପାକିସ୍ତାନକୁ ହରାଇଲା ।