ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଦୁଇ ବାହୁବଳୀଙ୍କ ପୁରୁଣା ଶତ୍ରୁତା ଏବେ ତାଜା ହୋଇଯାଇଛି । ମୁଖତାର ଅଁସାରୀର ଶତ୍ରୁ ବ୍ରିଜେଶ ସିଂ ୧୪ ବର୍ଷ ପରେ ଜେଲରୁ ବାହାରିଛନ୍ତି । ଯାହାକି ମୁଖତାରଙ୍କ ନିଦ ହଜେଇ ଦେଇଛି । ଏପରିକି ସେ ଜେଲରେ ୨ ଦିନ ହେବ ଶାନ୍ତିରେ ନାଁ ଖାଇ ପାରୁଛନ୍ତି, ନାଁ ଶୋଇ ପାରୁଛନ୍ତି । ମୁଖତାର ଜେଲରେ ଏବେ ବନ୍ଦ ଥିବାରୁ ଭୟଭୀତ ହୋଇ ପଡିଛନ୍ତି । ପୂର୍ବରୁ ବ୍ରିଜେଶ ତାର ପରମ ଶତ୍ରୁ ଉପରେ ମରଣାତ୍ମକ ଆକ୍ରମଣ କରି ସାରିଛି । ୧୫ ଜୁଲାଇ ୨୦୦୧ରେ ମୁଖତାରଙ୍କ ଟିମ ଉପରେ ବ୍ରିଜେଶର ଲୋକମାନେ ଆକ୍ରମଣ କରିଥିଲେ । ଏଥିରେ ମୁଖତାରଙ୍କ ଗନର ସମେତ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ । ଅବଶ୍ୟ ଏହି ମାମଲାରେ ୨୦୦୯ରୁ ବ୍ରିଜେଶ ଜେଲରେ ବନ୍ଦ ଥିଲେ । ଉକ୍ତ ଆକ୍ରମଣରେ ମୁଖତାର ବଞ୍ଚି ଯାଇଥିଲେ ମଧ୍ୟ ତାର ସାମ୍ରାଜ୍ୟ ଏବଂ ଲୋକମାନଙ୍କ ଉପରେ ବ୍ରିଜେଶ ପଦକ୍ଷେପ କଣ ରହୁଛି ଏବେ ସେଥିପ୍ରତି ସମସ୍ତଙ୍କ ନଜର ରହିଛି । ଅନ୍ୟ ଅର୍ଥରେ ୟୁପିରେ ପୁନର୍ବାର ଗ୍ୟାଙ୍ଗୱାର ଆଶଙ୍କା ବୃଦ୍ଧି ପାଇଛି ବୋଲି କହିଲେ ଭୁଲ ହେବନି ।
Related Articles
Check Also
Close