ଲଣ୍ଡନ୍: ଆଜକୁ ଋଷିଆ-ୟୁକ୍ରେନ ଯୁଦ୍ଧ ମାସେ ପୁରିଛି । ଦିନକୁ ଦିନ ଭୟଙ୍କର ହେଉଛି ଯୁଦ୍ଧ । ଥମିବା ପରିବର୍ତ୍ତେ ଉଗ୍ର ହେଉଛି ସ୍ଥିତି । ଋଷର ଘନ ଘନ ମିସାଇଲ ଏବଂ ବୋମା ମାଡରେ ଧ୍ୱଂସ ବିଧ୍ୱଂସ ହେବାରେ ଲାଗିଛି ୟୁକ୍ରେନ । ଏହାରି ମଧ୍ୟରେ ୟୁକ୍ରେନ ପାଇଁ ଆସିଛି ଏକ ବଡ ଆଶ୍ୱସ୍ତି । ‘ନାଟୋ’ ଏବଂ ‘ଜି୭ ନେତାମାନଙ୍କ’ ବୈଠକରେ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଏକ ନୂଆ ସହାୟତା ପ୍ୟାକେଟ୍ ଘୋଷଣା କରିବେ ବୋଲି ସୂଚନା ମିଳିଛି ।
ଏହି ପ୍ୟାକେଟରେ, ରୁଷୀୟ ଆକ୍ରମଣକୁ ମୁକାବିଲା କରିବା ପାଇଁ ବ୍ରିଟେନ୍ ୟୁକ୍ରେନ୍କୁ ୬୦୦୦ କ୍ଷେପଣାସ୍ତ୍ର ସହାୟତା ଯୋଗାଇ ଦେବା ସହ ଯୁଦ୍ଧାଞ୍ଚଳରୁ ଖବର ସଂଗ୍ରହ ନିମନ୍ତେ ‘ବିବିସିକୁ ସାହାଯ୍ୟ କରିବ ଏବଂ ୟୁକ୍ରେନୀୟ ସୈନିକ , ପାଇଲଟ୍ମାନଙ୍କ ବେତନ ବାବଦକୁ ପ୍ରାୟ ୪୦ ନିୟୁତ ଡଲାର୍ ପ୍ରଦାନ କରିବ।