Breaking PLUSଓଡ଼ିଶାମୁଖ୍ୟ ଖବର

ଲକ୍ଷ୍ମୀ ବସ୍‌ ସେବାକୁ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ବିରୋଧ

କୋରାପୁଟ- ଲକ୍ଷ୍ମୀ ବସ୍‌ ସେବାକୁ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ବିରୋଧ କରାଯାଇଛି। ୭ ତାରିଖ ଅର୍ଥାତ୍ ଆସନ୍ତାକାଲି ସନ୍ଧ୍ୟାରୁ ୨୪ ଘଣ୍ଟିଆ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ୍‌ ସେବା ବନ୍ଦ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଲକ୍ଷ୍ମୀ ବସ୍‌ ସେବାକୁ ଘରୋଇ ବସ୍‌ ମାଲିକ ସଂଘ ପ୍ରଥମରୁ ବିରୋଧ କରି ଆସୁଛି। ବର୍ତ୍ତମାନ ଲକ୍ଷ୍ମୀ ବସ୍‌ ଟାଇପ-୨ ସେବା ଯୋଗାଇବା ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ଜୋର୍‌ଦାର ବିରୋଧ କରିଛି। ଏନେଇ ଜୟପୁର ଘରୋଇ ବସ୍‌ ମାଲିକ ସଂଘ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଲକ୍ଷ୍ମୀ ବସ୍‌ ଚଳାଚଳକୁ ବିରୋଧ କରି ଆସନ୍ତା ସୋମବାର ସନ୍ଧ୍ୟା ୬ଟାରୁ ମଙ୍ଗଳବାର ସନ୍ଧ୍ୟା ୬ ଯାଏଁ ବନ୍ଦ ରହିବ ବୋଲି ଜୟପୁର ଘରୋଇ ବସ୍‌ ମାଲିକ ସଂଘ ସମ୍ପାଦକ ନରେନ୍ଦ୍ର ମହାନ୍ତି କହିଛନ୍ତି।

Show More

Related Articles

Back to top button