Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ବୁଢା ଅମରନାଥ ଯାତ୍ରା ପାଇଁ ବାହାରିଲା ଶ୍ରଦ୍ଧାଳୁଙ୍କ ଦ୍ୱିତୀୟ ବ୍ୟାଚ

ବୁଢା ଅମରନାଥ ଯାତ୍ରା ପାଇଁ ସୁରକ୍ଷା କଡାକଡି

ଜମ୍ମୁ: ବାବା ବୁଢା ଅମରନାଥ ଯାତ୍ରା ପାଇଁ ଜମ୍ମୁରୁ ବାହାରିଛି ଶ୍ରଦ୍ଧାଳୁଙ୍କ ଦ୍ୱିତୀୟ ବ୍ୟାଚ । ପୁଞ୍ଚ ସ୍ଥିତ ବାବା ବୁଢା ଅମରନାଥ ଯାତ୍ରା ପାଇଁ ଦ୍ୱିତୀୟ ବ୍ୟାଚ ଶନିବାର ଠାରୁ ଜମ୍ମୁର ଭଗବତୀ ନଗରର ଆଧାର ଶିବିରରୁ ବାହାରିଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । 11ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରାରେ ଜମ୍ମୁ କଶ୍ମୀର ସମେତ ବାହାର ରାଜ୍ୟର ଶ୍ରଦ୍ଧାଳୁମାନେ ସାମିଲ ହୋଇଛନ୍ତି । ବାବା ବୁଢା ଅମରନାଥ ବାବା ଚଟ୍ଟାନୀ ନାଁରେ ମଧ୍ୟ ପରିଚିତ ।
ଶନିବାର ସକାଳେ ଭଗବତୀ ନଗର ଆଧାର ଶିବିରରୁ ପ୍ରାୟ 527ଜଣ ଶ୍ରଦ୍ଧାଳୁ ବାହାରିଛନ୍ତି । ଏଥିରେ 360 ଜଣ ପୁରୁଷ, 160ଜଣ ମହିଳା ଓ 7ଜଣ ଛୋଟପିଲା ଅଛନ୍ତି । ବାବା ବୁଢା ଅମରନାଥ ମନ୍ଦିର ଜମ୍ମୁର ସବୁଠୁ ପୁରୁଣା ମନ୍ଦିର ମଧ୍ୟରୁ ଅନ୍ୟତମ ।

Show More

Related Articles

Back to top button