ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବରରାଜନୀତି

ବିଜେପି ନେତା ଶ୍ରୀକାନ୍ତ ତ୍ୟାଗୀଙ୍କ ଘରେ ବୁଲିଲା ବୁଲଡୋଜର

ନୋଏଡା: ଜଣେ ମହିଳାଙ୍କୁ ଅସଦାଚରଣ କରି ଜେଲ ଯାଇଥିବା ବିଜେପି ନେତା ଶ୍ରୀକାନ୍ତ ତ୍ୟାଗୀଙ୍କ ପାଇଁ ବଢିଲା ଅଡ଼ୁଆ। ଶ୍ରୀକାନ୍ତ ତ୍ୟାଗୀ ରହୁଥିବା ନୋଏଡାର ଗ୍ରାଣ୍ଡ ଉମାକ୍ସେ ସୋସାଇଟିରେ ଆଜି ପୁଲିସ ଟିମ ସହ ବୁଲଡୋଜର ପହଞ୍ଚିଥିବା ବେଳେ ହାଇଡ୍ରାମା ଦେଖିବାକୁ ମିଳିଛି। ଏଠାରେ ଥିବା ବେଆଇନ ଜବର ଦଖଲକୁ ଉଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ  ବୁଲଡୋଜାର ଯାଇ ପହଞ୍ଚିଲା ବେଳକୁ ସୋସାଇଟିର ସବୁ ଏଣ୍ଟ୍ରି ଗେଟକୁ ବନ୍ଦ କରି ଶ୍ରୀକାନ୍ତଙ୍କ ପରିବାର ଲୋକେ ଗେଟ ଆଗରେ ଧାରଣା ଦେଇଥିଲେ। । ଫଳରେ ସାଥିରେ ଆସିଥିବା ପୁଲିସ  ଟିମ୍‌ ଓ ପ୍ରଶାସନିକ ଅଧିକାରୀଙ୍କୁ ନାକେଦମ ହେବାକୁ ପଡ଼ିଥିଲା। ଏଠାରେ ଶ୍ରୀକାନ୍ତ ତ୍ୟାଗୀଙ୍କ ବେଆଇନ ଆପାର୍ଟମେଣ୍ଟ ସାମ୍ନାକୁ ଆସିବା ପରେ ଏହାକୁ ଉଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବରୁ ଶ୍ରୀକାନ୍ତଙ୍କ ପତ୍ନୀ ଉକ୍ତ ସୋସାଇଟିରେ ବେଆଇନ୍‌ ଭାବେ ୨୦ଟି ନଡ଼ିଆ ଗଛ ଲଗାଇଥିବା ଅଭିଯୋଗ ହୋଇଥିଲା। ଏନେଇ ପଡ଼ୋଶୀ ବି ସ୍ଥାନୀୟ ପ୍ରଶାସନ ନିକଟରେ  ଅଭିଯୋଗ କରିଥିଲେ। ଏହା ପରେ ଶ୍ରୀକାନ୍ତଙ୍କ ବେଆଇନ ଆପାର୍ଟମେଣ୍ଟକୁ ହଟାଇବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିଲା। କିନ୍ତୁ ଆଜି ଶ୍ରୀକାନ୍ତଙ୍କ ପତ୍ନୀଙ୍କ ବିରୋଧ ଯୋଗୁ ପ୍ରଶାସନକୁ ଉକ୍ତ ଆପାର୍ଟମେଣ୍ଟକୁ ଭାଙ୍ଗିବାକୁ ବହୁ କସରତ କରିବାକୁ ପଡ଼ିଥିଲା। ଉକ୍ତ ହାଉସିଙ୍ଗ୍‌ ସୋସାଇଟିରେ ଜଣେ ମହିଳାଙ୍କୁ ଆକ୍ରମଣ କରିଥିବା ଯୁବକ ଶ୍ରୀକାନ୍ତ ତ୍ୟାଗୀଙ୍କୁ ଗତ ଅଗଷ୍ଟ ମାସରେ ନୋଇଡ଼ା ପୁଲିସ୍‌ ଗିରଫ କରିଛି। ତାଙ୍କ ସହ ଉତ୍ତରପ୍ରଦେଶରସ୍ଥିତ ମିରଟ୍‌ର ଅନ୍ୟ ୩ ଜଣଙ୍କୁ ବି ପୁଲିସ୍‌ ଗିରଫ କରିଛି। ବିଜେପି କିଷାନ୍‌ ମୋର୍ଚ୍ଚାର ସଦସ୍ୟ ତ୍ୟାଗୀ ଏବଂ ଜଣେ ମହିଳାଙ୍କ ମଧ୍ୟରେ ଚାରା ରୋପଣ କଥାକୁ ନେଇ ବିବାଦ ହୋଇଥିଲା। ସେ ସ୍ଥାନରେ ଚାରା ରୋପଣ ନିୟମ ବିରୁଦ୍ଧ ‌ବୋଲି ମହିଳା ଜଣକ ଆପତ୍ତି କରିଥିବା ବେଳେ ତ୍ୟାଗୀ କହିଥିଲେ ଯେ, ଚାରା ଲଗାଇବା ତାଙ୍କ ଅଧିକାରଭୁକ୍ତ। ଏହାପରେ ତ୍ୟାଗୀ ଉକ୍ତ ମହିଳାଙ୍କୁ ଆକ୍ରମଣ କରିଥିଲେ। ସେ ଜଣେ ବିଜେପି କର୍ମୀ ବୋଲି ନିଜ ପରିଚୟ ଦେଉଥିବା ବେଳେ ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମ‌ରେ ଭାଇରାଲ୍‌ ହୋଇଥିଲା। ଏହାପରେ ସେ ଦଳର ସଦସ୍ୟ ନୁହନ୍ତି ‌ବୋଲି ‘ବିଜେପି’ ସ୍ପଷ୍ଟ କରିବା ପରେ ତ୍ୟାଗୀ ଫେରାର ହୋଇଯାଇଥିଲେ।

Show More

Related Articles

Back to top button