
ଭୁବନେଶ୍ୱର : ଜୟଦେବ ବିହାରରେ ଦୂର୍ଘଟଣା । ଆଜି ଭୁବନେଶ୍ୱର ଜୟଦେବ ବିହାରରେରେ ଏକ ମିନି ବସ୍ ଓଲଟି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୦ରୁ ଅଧିକ ବ୍ୟକ୍ତି ଆହତ ହୋଇଥିବାବେଳେ ସମସ୍ତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ଶୁକ୍ରବାର ସକାଳୁ ଏକ ମିନି ବସ ଶ୍ରମିକଙ୍କୁ ନେଇ ଯାଉଥିବାବେଳେ ଜୟଦେବ ବିହାର ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯାହାଫଳରେ ଗାଡିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଘଟଣା ସ୍ଥଳରେ ପୋଲିସ ପହଂଚି ବସଟି ନିଜ ହେପାଜତକୁ ନେଇଛି । ଓଭରଲୋଡିଂ କାରଣରୁ ଦୁର୍ଘଟଣା ଘଟିଥିବା ପ୍ରତାକ୍ଷଦର୍ଶୀ କହିଛନ୍ତି । ଦୁର୍ଘଟଣା ପରେ କିଛି ସମୟ ପାଇଁ ରାସ୍ତା ଯାତାୟତ ବାଧାପ୍ରାପ୍ତ ହୋଇଛି ।