୨୦୨୪ ସୁଦ୍ଧା ଦେଶର ସମସ୍ତ ରାଜ୍ୟରେ ସ୍ଥାପିତ ହେବ ଏନଆଇଏ’ର ଶାଖା କାର୍ଯ୍ୟାଳୟ । ଏନେଇ ଅମିତ ଶାହ ନବ ରାୟପୁରର ଅଟଳ ନଗର ଅଞ୍ଚଳରେ ଏନଆଇଏର ରାୟପୁର ଶାଖା କାର୍ଯ୍ୟାଳୟ ଭବନର ଉଦଘାଟନୀ ଉତ୍ସବରେ କହିଛନ୍ତି ।
ଏହି ଅବସରରେ ସେ କହିଛନ୍ତି ଯେ , ଆଗାମୀ ଦିନରେ ଦେଶରେ ଏନଆଇଏ ତୃତୀୟ ଆତଙ୍କବାଦ ନିରୋଧୀ ନେଟୱର୍କରେ ପରିଣତ ହେବ । ବାମପନ୍ଥୀ ଉଗ୍ରବାଦର ମୁକାବିଲା କ୍ଷେତ୍ରରେ ସରକାର ସଫଳ ହୋଇଛନ୍ତି। ୨୦୧୪ ପରେ ଏପର୍ଯ୍ୟନ୍ତ ୭୭ % ହିଂସା ହ୍ରାସ ପାଇଥିବା ବେଳେ ଏଥି ଜନିତ ମୃତ୍ୟୁ ସଂଖ୍ୟାରେ ୮୭ % ହ୍ରାସ ପାଇଛି। ୨୦୧୪ରେ ୧୧୩ଟି ଜିଲ୍ଲା ବାମପନ୍ଥୀ ଉଗ୍ରବାଦର ଶିକାର ଥିବା ବେଳେ ଏବେ ମାତ୍ର ୪୬ଟି ଜିଲ୍ଲା ବାମପନ୍ଥୀ ଉଗ୍ରବାଦର ଶିକାର ହେଉଥିବା ସେ କହିଛନ୍ତି। ଧାରା ୩୧୭ ଉଛେଦ ହେବା ପରେ ଜାମ୍ମୁ କାଶ୍ମୀରରେ ଶାନ୍ତିର ବାତାବରଣ ସ୍ଥାପନ ହୋଇଥିବା ଶ୍ରୀ ଶାହା କହିଛନ୍ତି।
ସେ ଆହୁରି କହିଛନ୍ତି, ଏନଆଇଏ ବର୍ତ୍ତମାନ ଆନ୍ତର୍ଜାତୀୟ ସ୍ତରରେ ଏକ ମୁଖ୍ୟ ଅନୁସନ୍ଧାନକାରୀ ସଂସ୍ଥା ଭାବରେ ସ୍ୱୀକୃତି ପାଇଛି। ଅଳ୍ପ କିଛି ଅବନତି ପରେ ଏଜେନ୍ସି ଏହାର ସମସ୍ତ ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଛି । ସୀମାପାର ଅପରାଧକୁ ସଫଳତାର ସହ ମୁକାବିଲା କରିବା ରାଜ୍ୟ ତଥା କେନ୍ଦ୍ରର ସାମୂହିକ ଦାୟିତ୍ୱ ଅଟେ।