Breaking PLUSଦେଶ ବିଦେଶମୁଖ୍ୟ ଖବର

୧୨୦ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ନେଇ କାବୁଲରୁ ଭାରତକୁ ଫେରୁଛି ବାୟୁସେନାର ସ୍ୱତନ୍ତ୍ର ବିମାନ

କାବୁଲରୁ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ନେଇ ଉଡ଼ିଲା ବିମାନ । ବାୟୁସେନାର ସି-୧୭ ଏୟାରକ୍ରାଫ୍ଟ ମାଧ୍ୟମରେ ୧୨୦ରୁ ଅଧିକ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ଅଣାଯାଉଛି । କର୍ମଚାରୀମାନଙ୍କୁ ଗତକାଲି ବିଳମ୍ବିତ ରାତିରେ କାବୁଲ ବିମାନବନ୍ଦରର ସୁରକ୍ଷିତ ଅଞ୍ଚଳ ଭିତରକୁ ଅଣାଯାଇଥିଲା

କାବୁଲରୁ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ନେଇ ଉଡ଼ିଲା ବିମାନ । ବାୟୁସେନାର ସି-୧୭ ଏୟାରକ୍ରାଫ୍ଟ ମାଧ୍ୟମରେ ୧୨୦ରୁ ଅଧିକ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ଅଣାଯାଉଛି । କର୍ମଚାରୀମାନଙ୍କୁ ଗତକାଲି ବିଳମ୍ବିତ ରାତିରେ କାବୁଲ ବିମାନବନ୍ଦରର ସୁରକ୍ଷିତ ଅଞ୍ଚଳ ଭିତରକୁ ଅଣାଯାଇଥିଲା। ଏହା ପରେ ଏବେ ସେମାନଙ୍କୁ ବିମାନ ଯୋଗେ ଭାରତ ଅଣାଯାଉଛି। କାବୁଲରେ ପାଖାପାଖି ୫୦୦ରୁ ଅଧିକ ଲୋକ ଫସି ରହିଛନ୍ତି । ସେମାନଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ପାଇଁ ୩୦୦ରୁ ୪୦୦ ଆଇଟିବିପି ଯବାନ ଆଫଗାନିସ୍ତାନରେ ପହଞ୍ଚିଛନ୍ତି।

ସେପଟେ ଆଫଗାନିସ୍ତାନ ସଙ୍କଟ ନେଇ ଆମେରିକା ବିଦେଶ ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଏସ୍.ଜୟଶଙ୍କର । ଆଫଗାନିସ୍ତାନର ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଭିସା ନିୟମରେ ପରିବର୍ତ୍ତନ କରାଯାଇଛି । ଏବେ ଇ ଏମରଜେନ୍ସି ଏକ୍ସ-ମିସ୍କ ଭିସା ତିଆରି ହୋଇଛି । ଏହା ମାଧ୍ୟମରେ ତାଲିବାନ ନିୟନ୍ତ୍ରିତ ଦେଶ ଆଫଗାନିସ୍ତାନକୁ ଛାଡିବାକୁ ଚାହୁଁଥିବା ଲୋକେ ଭିସା ପାଇଁ ଶୀଘ୍ର ଆବେଦନ କରି ଶୀଘ୍ର ଭିସା ପାଇପାରିବେ।

Show More

Related Articles

Back to top button