Breaking PLUSଦେଶମୁଖ୍ୟ ଖବର
ୱାନ ନେସନ ୱାନ ଇଲେକ୍ସନକୁ କ୍ୟାବିନେଟ୍ ମଂଜୁରୀ

ନୂଆଦିଲ୍ଲୀ- ଏଣିକି ସାରା ଦେଶରେ ଗୋଟିଏ ସମୟରେ ନିର୍ବାଚନ ହେବ। ଆଉ ପର୍ଯ୍ୟାୟକ୍ରମେ ବିଭିନ୍ନ ରାଜ୍ୟରେ ପୃଥକ ଭାବେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ହେବନି। ‘ଏକ ଦେଶ, ଏକ ନିର୍ବାଚନ’ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବୁଧବାର ମଞ୍ଜୁରୀ ମିଳିବା ପରେ ଏଥିପାଇଁ ପଥ ପରିଷ୍କାର ହୋଇଛି। ଆଗାମୀ ୫ ବର୍ଷ ମଧ୍ୟରେ ମୋଦୀ ସରକାରଙ୍କ କାର୍ଯ୍ୟକାଳ ସମୟରେ ଏହାକୁ ଲାଗୁ କରାଯିବ।