Breaking PLUSଦେଶମୁଖ୍ୟ ଖବରରାଜନୀତି

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବିଲ୍‌କୁ କ୍ୟାବିନେଟ ଅନୁମୋଦନ

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ(ଓଏନଓଇ)’ ବିଲ୍‌କୁ ମିଳିଛି କ୍ୟାବିନେଟ ଅନୁମୋଦନ। ଗୁରୁବାର କ୍ୟାବିନେଟରେ ଏହି ବିଲ ଅନୁମୋଦନ ଲାଭ କରିଛି। ଆଗାମୀ ସପ୍ତାହରେ ଏହାକୁ ସଂସଦରେ ଉପସ୍ଥାପନ କରାଯିବା ସମ୍ଭାବନା ରହିଛି। ସଂସଦରେ ପାରିତ ହୋଇ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିବା ପରେ ବିଲ୍‌ ଆଇନରେ ପରିଣତ ହେବ। ଯାହାଫଳରେ ଆଗାମୀ ଦିନରେ ଦେଶରେ ଏକସମୟ​‌​‌ରେ ପର୍ଯ୍ୟାୟକ୍ରମେ ନିର୍ବାଚନ ଅନୁଷ୍ଠିତ ହୋଇପାରିବ।

ଗତ ସେପ୍ଟେମ୍ବର ମାସରେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପ୍ରସ୍ତାବ କ୍ୟାବିନେଟରେ ଅନୁମୋଦନ ଲାଭ କରିଥିଲା। ସାରା ଦେଶରେ ଏକ ସମୟରେ ଲୋକସଭା, ବିଧାନସଭା, ପୌରପାଳିକା ଏବଂ ପଞ୍ଚାୟତ ନିର୍ବାଚନ ଆୟୋଜନ କରାଯିବାକୁ ପ୍ରସ୍ତାବରେ ଉଲ୍ଲେଖ କରାଯାଇଥିଲା। ସମସ୍ତ ନିର୍ବାଚନ ୧୦୦ ଦିନ ମଧ୍ୟରେ ସମ୍ପନ୍ନ କରିବାକୁ ଏଥିରେ ପ୍ରାବଧାନ ରହିଛି।

Show More

Related Articles

Back to top button